Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏକ ଘରୋଇ ପବ୍ଲିକ ସ୍କୁଲର ଜଣେ ଶିକ୍ଷୟିତ୍ରୀ ସାତ ଦିନ ହେଲା ନିଖୋଜ, ସ୍କୁଲ୍‌ ମାଲିକ ଅପହରଣ କରି ହତ୍ୟା କରିଥିବା ଥାନାରେ ଅଭିଯୋଗ

by ସଞ୍ଜୟ ସ୍ୱାଇଁ
October 14, 2021
in Crime, State
ଏକ ଘରୋଇ ପବ୍ଲିକ ସ୍କୁଲର ଜଣେ ଶିକ୍ଷୟିତ୍ରୀ ସାତ ଦିନ ହେଲା ନିଖୋଜ, ସ୍କୁଲ୍‌ ମାଲିକ ଅପହରଣ କରି ହତ୍ୟା କରିଥିବା ଥାନାରେ ଅଭିଯୋଗ
266
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗର ଏକ ଘରୋଇ ପବ୍ଲିକ ସ୍କୁଲର ଜଣେ ଶିକ୍ଷୟିତ୍ରୀ ସାତ ଦିନ ହେଲା ନିଖୋଜ ଅଛନ୍ତି। ତାଙ୍କୁ ସ୍କୁଲ୍‌ ମାଲିକ ଅପହରଣ କରି ହତ୍ୟା କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ବଲାଙ୍ଗିର ପୁଲିସ ସ୍କୁଲ ମାଲିକଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତାଙ୍କର ଏକ କାର୍ ଜବତ କରିଥିବା ଜଣାପଡ଼ିଛି । ନିଖୋଜ ଶିକ୍ଷୟିତ୍ରୀ ଜଣଙ୍କ ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଝରଣୀ ଗାଁର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଗତ ୭ ତାରିଖରେ ଏହି ଶିକ୍ଷୟିତ୍ରୀଙ୍କୁ ସ୍କୁଲକୁ ଡାକିଥିଲେ ଏହାର ମାଲିକ। ସେ (ସ୍କୁଲ୍ ମାଲିକ) ତାଙ୍କୁ ସିନ୍ଧେକେଲାର ଚାନ୍ଦୋତରା ପର୍ୟ୍ୟନ୍ତ ଆସିବାକୁ କହିଥିଲେ। ସେଠାରୁ ସେ କାର୍‌ରେ ନେଇଯିବେ ବୋଲି କହିଥିଲେ। ୮ ତାରିଖରେ ଶିକ୍ଷୟିତ୍ରୀ ଜଣଙ୍କ ବସ୍‌ରେ ଚାନ୍ଦୋତରା ପର୍ୟ୍ୟନ୍ତ ଯାଇଥିଲେ। ତା’ପରେ ତାଙ୍କ ଫୋନ୍‌ ସ୍ୱିଚ୍‌ ଅଫ୍ ହୋଇଯାଇଥିଲା। ପରିବାର ଲୋକେ ତାଙ୍କ ସହ ଯୋଗାଯୋଗ କରିବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। କୌଣସି ଅଘଟଣ ଘଟିଥିବା ସନ୍ଦେହ କରି ସେହି ଦିନ ସନ୍ଧ୍ୟାରେ ପରିବାର ଲୋକେ ସିନ୍ଧେକେଲା ଥାନାରେ ତାଙ୍କର ନିଖୋଜ ରିପୋର୍ଟ କରିଥିଲେ। ପରେ ପରିବାର ଲୋକଙ୍କର ସ୍କୁଲ ମାଲିକଙ୍କ ଉପରେ ସନ୍ଦେହ ଉପୁଜିଥିଲା। ତେଣୁ ୧୦ ତାରିଖରେ ସେମାନେ ସ୍କୁଲ ମାଲିକଙ୍କ ନାଁରେ ସିନ୍ଧେକେଲା ଥାନାରେ ଅଭିଯୋଗ କରିଥିଲେ। ସ୍କୁଲ୍ ମାଲିକ ତାଙ୍କୁ ଅପହରଣ କରି ହତ୍ୟା କରିଥିବା ସେମାନେ ଅଭିଯୋଗ କରିଥିଲେ। ସିନ୍ଧେକେଲା ପୁଲିସ୍ ସ୍କୁଲ୍ ମାଲିକଙ୍କୁ ଅଟକ ରଖି ପଚରାଉଚରା କରିଥିବା ବେଳେ ଏବେ ତାଙ୍କୁ ବଲାଙ୍ଗିର ଅଣାଯାଇ ପଚରାଉଚରା କରାଯାଉଛି। ଏସ୍‌ପି ନିଜେ ଏହି ଘଟଣାକୁ ପରିଚାଳନା କରୁଥିବା ଯୋଗୁ ସ୍କୁଲ୍ ମାଲିକଙ୍କୁ ବଲାଙ୍ଗିର ଅଣାଯାଇ ପଚରାଉଚରା କରାଯାଉଥିବା ଜଣାଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!