Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମନିଷ ଅନୁରାଗ ହତ୍ୟା ମାମଲା: ଆତ୍ମସମର୍ପଣ କଲେ ୨ ସନ୍ଦିଗ୍ଧ

by ସଞ୍ଜୟ ସ୍ୱାଇଁ
October 13, 2021
in Crime, State
ମନିଷ ଅନୁରାଗ ହତ୍ୟା ମାମଲା: ଆତ୍ମସମର୍ପଣ କଲେ ୨ ସନ୍ଦିଗ୍ଧ
412
VIEWS
Share on FacebookShare on Twitter

ଭୁବନେଶ୍ଵର, (ବାଘୁଆବାର୍ତ୍ତା): ବହୁ ଚର୍ଚ୍ଚିତ ମନିଷ ଅନୁରାଗ ହତ୍ୟା ମାମଲାରୁ ଧୀରେଧୀରେ ପରଦା ହଟୁଛି। ମାମଲାର ଦୁଇ ସନ୍ଦିଗ୍ଧ ଫୁଲବାଣୀ ଟାଉନ ଥାନାରେ ଆତ୍ମସମର୍ପଣ କରିଛନ୍ତି। ଏହି ଦୁଇ ସନ୍ଦିଗ୍ଧ ହେଲେ ଲିଟୁ ଓରଫ ଦିନେଶ ମହାପାତ୍ର ଓ ମୁନା ଓରଫ ମୃତ୍ୟୁଞ୍ଜୟ। ମନିଷଙ୍କ ମୃତ୍ୟୁ ପୂର୍ବରୂ ଏହି ଦୁଇ ଜଣ ମନୀଷଙ୍କ ସହ ହୋଟେଲରେ ଥିଲେ। ସନ୍ଦେହରେ ପୋଲିସ ଉଭୟ ଲିଟୁ ଓ ମୁନ୍ନାଙ୍କୁ ଖୋଜୁଥିଲା। ଆଜି ଉଭୟଙ୍କୁ ଭୁବନେଶ୍ୱର ଆଣି ଅଧିକ ପଚରାଉଚରା କରିବ ପୋଲିସ। ତେବେ ଲିଟୁ ଓ ମୁନ୍ନାଙ୍କୁ ଘଟଣା ଦିନ ଫେରାର କରିବା ଅଭିଯୋଗରେ ହିମାଂଶୁ ନାମକ ଜଣେ ଯୁବକ ଅଟକ ଥିଲେ। ଏହି ମାମଲାରେ ଏବେ ସମୁଦାୟ ୫ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ। ମନିଷ ଅନୁରାଗ ହତ୍ୟା ମାମଲାରେ ଏବେ ଯାଏଁ ୫ଜଣଙ୍କ ସମ୍ପୃକ୍ତି ଥିବା ପୁଲିସ୍‌କୁ ପକ୍କା ତଥ୍ୟ ମିଳିଛି । ସ୍ପେଶାଲ ସ୍କ୍ୱାଡ୍‌ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା । ପଳାଶୁଣିଠାରେ କାର୍‌ ଛାଡି଼କି ଯାଇଥିବା ‘ଅମ୍ରିତ’ ନାମକ ଯୁବକଙ୍କୁ କେନ୍ଦ୍ରାପଡ଼ାରୁ ପୋଲିସ କାବୁ କରିଥିଲା। ସେହିପରି ଅନ୍ୟ ଜଣେ ସାଙ୍ଗଙ୍କୁ କନ୍ଧମାଳ ସ୍ଥିତ ଘରୁ ଉଠାଇ ଆଣିଥିଲା ପୋଲିସ। ଶନିବାର ରାତିରେ ହୋଟେଲରେ ଥିବା ଫୁଲବାଣୀର ଜଣେ ସାମ୍ବାଦିକଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରାଯାଉଥିଲା । ଏବେ ଫୁଲବାଣୀ ଟାଉନ ଥାନାରେ ଆଉ ୨ ଜଣ ସନ୍ଦିଗ୍ଧ ଆତ୍ମସମର୍ପଣ କରିଛନ୍ତି। ଏହି ୨ଜଣ ଯୁବକଙ୍କୁ ପୁଲିସର ଏକ ଟିମ୍‌ ଫୁଲବାଣୀ ଅଞ୍ଚଳରେ ଖୋଜୁଥିଲା । ଏହି କ୍ରମରେ ମୋଟ ୫ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ। ଏମାନଙ୍କଠୁ ମନିଷଙ୍କ ହତ୍ୟା ରହସ୍ୟର ପରଦା ହଟିବା ଆଶାରେ ଅଛି ପୁଲିସ । ତେବେ ପୁଲିସ କହିଛି ଯେ, ୩ଜଣ ଉକ୍ତ ରାତିରେ ମନିଷଙ୍କ ସହ ‘ସାଉଥ୍‌ ସିଟି’ ହୋଟେଲକୁ ଯାଇଥିଲେ । ସମସ୍ତେ ଏକାଠି ହୋଟେଲରେ ସମୟ ବିତାଇଥିଲେ । ହୋଟେଲ ସିସି କ୍ୟାମେରା ଫୁଟେଜ୍‌ରେ ବି ସେମାନଙ୍କ ଯିବା ଆସିବା ବେଳର ଦୃଶ୍ୟ ରହିଛି । ହୋଟେଲ କର୍ମଚାରୀ ମଧ୍ୟ ଏକାଠି ବସିଥିବା ନେଇ ପୁଲିସକୁ କହିଛନ୍ତି । କିନ୍ତୁ ଏମାନେ ମନିଷଙ୍କ ମୃତ୍ୟୁ ପଛରେ କେତେ ଦୂର ସମ୍ପୃକ୍ତ, ଏନେଇ କିଛି ସ୍ପଷ୍ଟ ସୂଚନା ଦେଇନି ପୁଲିସ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!