Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଟକରୁ ଜବତ ହେଲାଣି ୫ କୋଟିର ବ୍ରାଉନସୁଗାର

by ସଞ୍ଜୟ ସ୍ୱାଇଁ
October 12, 2021
in Crime, State
କଟକରୁ ଜବତ ହେଲାଣି ୫ କୋଟିର ବ୍ରାଉନସୁଗାର
38
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): କଟକରେ ଏବେ ନିଶା‌ଖୋରଙ୍କ ପ୍ରଥମ ପସନ୍ଦ ପାଲଟିଛି ମିଆଁମାର୍ ବ୍ରାଉନସୁଗାର୍। ମିଆଁମାରରୁ ବାଙ୍ଗଲାଦେଶ-ପଶ୍ଚିମବଙ୍ଗ-ବାଲେଶ୍ବର ଦେଇ କଟକରେ ପହଞ୍ଚୁଥିବା ଏହି ବ୍ରାଉନସୁଗାର ମୂଲ୍ୟ ଦଶହରା ବଜାରରେ ଏବେ ଦୁଇ ଗୁଣା ଅଧିକ ଦରରେ ବିକ୍ରି ହେଉଛି। ଗୋଟିଏ ପଟେ ଅବକାରୀ ବିଭାଗ ଓ କମିସନରେଟ୍ ପୁଲିସ ଗଲା କିଛି ମାସ ହେବ ନିୟମିତ ଚଢ଼ଉ ଜାରି ରଖିଥିବା ବେଳେ ଅନ୍ୟପଟେ ବ୍ରାଉନସୁଗାର ପୁଡ଼ିଆ ପିଛା ୨୦୦ ବଦଳରେ ଏବେ ୪୦୦ରୁ ୫୦୦ ଟଙ୍କାରେ ବିକ୍ରି ହେଉଛି। ଗଲା କିଛି ମାସ ଭିତରେ ୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର କେବଳ କଟକରୁ ଜବତ ହେଲାଣି। କଟକ ଦେଇ ମାସିକ ହାରାହାରି ୧୦ କେଜି (୧୦ କୋଟି ଟଙ୍କା) ର ବ୍ରାଉନସୁଗାର କାରବାର ହେଉଥିବା ବେଳେ ନିୟମିତ ଚଢ଼ଉ ହେଉଥିବାରୁ ପାର୍ବଣ ସମୟରେ ଏଭଳି ମୂଲ୍ୟ ବୃଦ୍ଧି ହୋଇଥିବା ଜଣେ ବରିଷ୍ଠ ଅବକାରୀ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, କଟକକୁ ଆସୁଥିବା ବ୍ରାଉନସୁଗାର ଏବେ ମାଛୁଆ ବଜାର ଓ ବୋସ୍‌ ସ୍କୁଲ୍ ପଡ଼ିଆ ବ୍ୟତୀତ ସହରର ଅନ୍ୟ ସ୍ଥାନରେ ବି କାରବାର ହେଲାଣି। ବାଲିଯାତ୍ରା ଉପର ପଡ଼ିଆ, ବେଲଭ୍ୟୁ ଛକ, ତ୍ରିଶୂଳିଆ ଓଭର ବ୍ରିଜ ତଳ, ଚାନ୍ଦିନୀଚୌକ ବାଲିଘାଟ, ନରାଜ, ସିଡିଏ ସେକ୍ଟର ୧୧, କାଠଯୋଡ଼ି ହଲଟ୍ ଇତ୍ୟାଦି ଅଞ୍ଚଳ ଏବେ ବ୍ରାଉନସୁଗାର ଗ୍ରାହକଙ୍କ ନୂଆ ଠିକଣା ପାଲଟିଛି। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, ରାଜ୍ୟ ଅବକାରୀ ଫ୍ଲାଇଂ ସ୍କ୍ବାଡ୍, ଜିଲ୍ଲା ଅବକାରୀ ବିଭାଗ ସହିତ ଏବେ କଟକ କମିସନରେଟ୍ ପୁଲିସ ବ୍ରାଉନସୁଗାର ମାଫିଆ ଓ ଗ୍ରାହକଙ୍କ ପଛରେ ପଡ଼ି ଯାଇଥିବାରୁ ଏବେ ଉପରୋକ୍ତ ଆଡାରେ କେବଳ ଅନଲାଇନ୍ ମାଧ୍ୟମରେ ହିଁ କାରବାର୍ ଚାଲୁଛି। ଗ୍ରାହକଙ୍କୁ ବ୍ରାଉନସୁଗାର ବ୍ୟବସାୟୀ ହ୍ବାଟସଆପ୍ ଓ ଫେସବୁକ ମେସେଞ୍ଜର ମାଧ୍ୟମରେ ବ୍ରାଉନସୁଗାର ଫଟୋ ଓ ମୂଲ୍ୟ ପଠାଉଛନ୍ତି। ଉପରୋକ୍ତ ଆଡା ମଧ୍ୟରୁ ଯେକୌଣସି ଗୋଟିଏ ସ୍ଥାନକୁ ନିର୍ଦ୍ଦିଷ୍ଟ ସମୟ ଭିତରେ ଆସିବାକୁ ହ୍ବାଟସଆପ କଲ କରି ଗ୍ରାହକଙ୍କୁ କୁହାଯାଉଛି। ଗ୍ରାହକ ଟଙ୍କା କାରବାର ଫୋନ ପେ, ପେ ଟେମ୍ ଭଳି ଅନଲାଇରେ ହେଉଛି। କଟକ ଜିଲ୍ଲା ଅବକାରୀ ଗୁଇନ୍ଦା ବିଭାଗ ଚଳିତ ବର୍ଷ ୮ ଲକ୍ଷ ଟଙ୍କାର ୮୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ରାଜ୍ୟ ଫ୍ଲାଇଂ ସ୍କ୍ବାଡ୍ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି। କେବଳ କଟକ କମିସନରେଟ୍ ପୁଲିସ ଚଳିତ ବର୍ଷ ସର୍ବାଧିକ ସହରରୁ ୪ କୋଟି ୮୭ ଟଙ୍କାର ବ୍ରାଉନସୁଗାର ଜବତ କରିଥିବା ବେଳେ ଏହି ମାମଲାରେ ୩୩ ଜଣ ବ୍ରାଉନସୁଗାର ମାଫିଆଙ୍କୁ ଗିରଫ କରିସାରିଛି। ଅବକାରୀ ଓ ପୁଲିସକୁ ମିଶାଇଲେ ମୋଟ ୫ କୋଟି ୫ ଲକ୍ଷ ଟଙ୍କାର ମାଲ୍ ଜବତ ହୋଇସାରିଲାଣି। ଆଉ କିଛି ବ୍ରାଉନସୁଗାର କଟକ ଦେଇ ଜଗତସିଂହପୁର, ଭୁବନେଶ୍ବର, ଖୋର୍ଧା ଆଡ଼କୁ ବି ଚାଲାଣ ହୋଇଛି। ସେଗୁଡ଼ିକ ହିସାବକୁ ନେଇ ପଡ଼ୋଶୀ ଜିଲ୍ଲାରୁ ଜବତ ବ୍ରାଉନସୁଗାର ହିସାବ କଲେ ହାରାହାରି ୧୦ କୋଟି ଟଙ୍କା ଛୁଇଁବା ଆକଳନ କରାଯାଉଛି। ତ୍ରିଶୂଳିଆ-ନନ୍ଦନକାନନ ଦେଇ ଖୋର୍ଧା ବାଇପାସ ବାଟରେ ଖୋର୍ଧାର ବାଶେଳୀସାହି, ସାମନ୍ତରାପୁର, ଜଟଣୀକୁ ବ୍ରାଉନସୁଗାର ଚାଲାଣ ହେଉଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!