Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ତ୍ରୀ ସହିତ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ପଡ଼ୋଶୀ ଯୁବକଙ୍କୁ ମାରି ପୋତି ଦେଲା ସ୍ୱାମୀ

by ସଞ୍ଜୟ ସ୍ୱାଇଁ
October 12, 2021
in Crime, State
ସ୍ତ୍ରୀ ସହିତ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ପଡ଼ୋଶୀ ଯୁବକଙ୍କୁ ମାରି ପୋତି ଦେଲା ସ୍ୱାମୀ
319
VIEWS
Share on FacebookShare on Twitter

ଭଞ୍ଜନଗର, (ବାଘୁଆବାର୍ତ୍ତା): ସ୍ତ୍ରୀ ସହିତ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ପଡ଼ୋଶୀ ଘର ଯୁବକଙ୍କୁ ମାରି ଦେଲା ସ୍ୱାମୀ। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ସୁଗୁମ ଗାଁରେ। ମୃତ ଯୁବକଙ୍କ ନାଁ ମାଧବ ନାୟକ। ପୁଲିସ୍ ଏହି ଘଟଣାରେ ଅଭିଯୁକ୍ତ ରମେଶ ନାୟକଙ୍କୁ ଗିରଫ କରିଛି। ମାଧବଙ୍କୁ ମାରି ରମେଶ ମଳିଙ୍ଗି ଗାଁରେ ଏକ କାଜୁ ବଗିଚାରେ ପୋତି ଦେଇଥିଲେ। ଛଅ ଦିନ ତଳୁ ମାଧବଙ୍କ ଖୋଜଖବର ନଥିଲା। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ସେମାନେ ଏନେଇ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପାଇବା ପରେ ପୁଲିସ୍ ଘଟଣାର ତଦନ୍ତ କରିଥିଲା। ତଦନ୍ତ ବେଳେ ପୁଲିସ୍ ଜାଣିବାକୁ ପାଇଥିଲା ଯେ ରମେଶ ସହିତ ମାଧବ କେଉଁଆଡ଼େ ବୁଲିବାକୁ ଯାଇଥିଲେ। ଏହା ପରେ ପୁଲିସ୍ ରମେଶକୁ ନେଇ ପଚରାଉଚରା କରିଥିଲା। ଏହି ସମୟରେ ସେ ସତ ଉଗାରିଥିଲେ। ସେ ମାଧକୁ ବୁଲି ଯିବାକୁ କହି ଡାକି ନେଇ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିଲେ ବୋଲି ପୁଲିସ୍ ନିକଟରେ କହିଥିବା ଜଣାପଡ଼ିଛି। ରମେଶଙ୍କ ବୟାନ ଆଧାରରେ ପୁଲିସ୍ ମଳିଙ୍ଗିରୁ ମାଟିତଳୁ ମାଧବଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୁଲିସ୍‌। ଏହି ଘଟଣାରେ ଆଉ କେହି ସଂପୃକ୍ତ ଅଛନ୍ତି ନା ନାହିଁ, ସେ ବିଷୟରେ ଜାଣିବାକୁ ଚେଷ୍ଟା କରୁଛି ପୁଲିସ୍।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!