କରଞ୍ଜିଆ, (ବାଘୁଆବାର୍ତ୍ତା): ବଳଦ ବେପାରୀଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । କରଞ୍ଜିଆ ସିଙ୍ଗଡା ସାପ୍ତାହିକ ହାଟକୁ ଆସୁଥିବା ସମୟରେ ବଳଦ ବେପାରୀଙ୍କୁ ଆକ୍ରମଣ କରି ଲୁଟିନେଲେ ୨ ଲକ୍ଷ ଟଙ୍କା । ରରୁଆଁ ଥାନା ଅନ୍ତର୍ଗତ ସିଙ୍ଗଡା ନିକଟ ଜଙ୍ଗଲ ରାସ୍ତାରେ ହୋଇଛି ଡକାୟତି । ବେପାରୀ ଅମୂଲ୍ୟ ବାରିକଙ୍କୁ ମୁଣ୍ଡ ଆଉ ଗୋଡ଼ରେ ଆକ୍ରମଣ କରି ଲୁଟିନେଲେ ଟଙ୍କା । ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।






