Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମ୍ପତ୍ତି ଠୁଳ କରିଥିବା ନେଇ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ

by ସଞ୍ଜୟ ସ୍ୱାଇଁ
October 11, 2021
in Crime, State
ସମ୍ପତ୍ତି ଠୁଳ କରିଥିବା ନେଇ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ
187
VIEWS
Share on FacebookShare on Twitter

ଦେବଗଡ଼, (ବାଘୁଆବାର୍ତ୍ତା): ମାତ୍ର ୫ ବର୍ଷ ୧୦ ମାସର ଚାକିରି କାଳ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ପାଲଟିଛନ୍ତି କୁବେର । ରେଗୁଲାର ହୋଇ ନ ଥିବା ବେଳେ ଠୁଳ କରିଛନ୍ତି ଅଚାଳଚଳ ସମ୍ପତ୍ତି । କେବଳ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ରହିଛି ୬୦ଟି ପ୍ଲଟ। ଚାକିରି ଜୀବନର ପ୍ରଥମ ପାହାଚରେ ପାଦ ଦେଉ ଦେଉ ଏପରି ଅମାପ ସମ୍ପତ୍ତିର ମାଲିକ ହେବାରେ ସକ୍ଷମ ହୋଇଛନ୍ତି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଳକରେ କାର୍ୟ୍ୟରତ କନିଷ୍ଠ ଯନ୍ତ୍ରୀ ବିକାଶ ବେହେରା । ବିକାଶଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବରୁ ଅଭିଯୋଗ ହୋଇଥିବା ବେଳେ ଆଜି ଚଢ଼ାଉ ବେଳେ ଭିଜିଲାନ୍ସ ଅଧିକାରୀଙ୍କ ଆଖି ଖୋସି ହୋଇଯାଇଛି । ଆଜି ଭୋର ପ୍ରାୟ ୫ଟା ସମୟରେ ବିକାଶଙ୍କ ବଳମସ୍ଥିତ ବାସଭବନ ଏବଂ କଣ୍ଢଳ ସ୍ଥିତ ଶ୍ୱଶୁର ଘରେ ଆଜି ସକାଳୁ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ଭିଜିଲାନ୍ସ ଡିଏସପି ବିରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ରାଉକେଲା ଓ ଦେବଗଡ଼ ଜିଲ୍ଲାର ଭିଜିଲାନ୍ସ ଟିମ୍ ଏହି ଚଢ଼ଉରେ ସାମିଲ ହୋଇଛନ୍ତି। ଚଢ଼ଉ ବେଳେ ତାଙ୍କ ଘରୁ କିଛି ଜମିଜମା କାଗଜପତ୍ର ଓ ନଗଦ ୪ ଲକ୍ଷ ଟଙ୍କା ଓ ସୁନାଗହଣା ଜବତ କରାଯାଇଛି। ଏହାସହ ତାଙ୍କ ଘରୁ ଏକ ବୋଲେରୋ ଓ ବୁଲେଟ ଗାଡ଼ି ଜବତ ହୋଇଛି । ବିକାଶଙ୍କର ବଳମରେ ଦୁଇ ମହଲା କୋଠା ରହିଛି। ବିକାଶ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ପୂର୍ବରୁ ହୋଇଥିବା ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ କରାଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!