ରାଇରଙ୍ଗପୁର, (ବାଘୁଆବାର୍ତ୍ତା): ରାଇରଙ୍ଗପୁର ଷ୍ଟାଡିୟମକୁ ପ୍ରତିଦିନ ଅନେକ ଖେଳାଳି ନିଜର ଖେଳ ଓ କସରତ ପାଇଁ ଆସିଥାଆନ୍ତି । ପଡିଆରେ ଟାଇକୋଣ୍ଡ ମଧ୍ୟ ପ୍ରଶିକ୍ଷଣ ଦିଆଯାଏ । ତେବେ ଏକ ଅଭାବନୀୟ ଘଟଣାରେ ଲୋକଙ୍କ ପ୍ରଶିକ୍ଷକଙ୍କ ଉପରୁ ବିଶ୍ବାସ ଉଠିଯିବା ସହିତ ନିଜର ପିଲାଙ୍କୁ ପ୍ରଶିକ୍ଷଣ ପାଇଁ ଛାଡିବା ଆଗରୁ ଶହେଥର ଚିନ୍ତା କରିବେ ନିଶ୍ଚୟ । ପ୍ରଶିକ୍ଷଣ ଦେଉଥିବା ଜଣେ ଟାଇକୋଣ୍ଡୋ ମାଷ୍ଟର ପ୍ରଶିକ୍ଷଣ ନେଇଉଥିବା ଜଣେ ପାଞ୍ଚ ବର୍ଷିଆ ନାବାଳିକାକୁ ଷ୍ଟାଡିଅମ ପରିସରରେ ଥିବା ଘର ପଛପଟକୁ ନେଇ ଅସଦାଚରଣ କରିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ନଜରରେ ପଡି ଯାଇଥିଲେ । ଷ୍ଟାଡିଅମରେ ଥିବା ଲୋକେ ସମ୍ପୃକ୍ତ ଟାଇକୋଣ୍ତା ମାଷ୍ଟର ଶ୍ରୀବତ୍ସ ବେହେରାକୁ ନିର୍ଧୁମ ଛେଚି ପୋଲିସ ଜିମା ଦେଇଥିଲେ । ବେଳେ ଆହତ ମାଷ୍ଟର ଙ୍କୁ ଚିକିତ୍ସା କରାଇ ପୋଲିସ ଅଟକ ରଖିଛି । ସେପଟେ ନାବାଳିକା ଶିଷ୍ୟାଙ୍କ ଅଭିଭାବକଙ୍କ ପକ୍ଷରୁ ବର୍ତ୍ତମାନ ପର୍ୟ୍ୟନ୍ତ ଲିଖିତ ଅଭିଯୋଗ ଆସି ନଥିବା ଜଣାପଡ଼ିଛି । ପୂର୍ବରୁ ମଧ୍ୟ ଶିକ୍ଷକ ଆଗରୁ ମଧ୍ୟ ଏପରି ଅସଦାଚରଣ କରି ଆସୁଥିବା ଜଣା ପଡିବା ପରେ ସାଧାରଣ ରେ ସମ୍ପୃକ୍ତ ମାଷ୍ଟର ପ୍ରତି ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।






