ଉଦଳା, (ବାଘୁଆବାର୍ତ୍ତା): ମହିଳାଙ୍କ ବେକରୁ ଲୁଟିନେଲେ ସୁନାଚେନ୍ । ପ୍ରାତଃଭ୍ରମଣରେ ଯାଇଥିବା ବେଳେ ଲୁଟିନେଲେ ଲୁଟେରା । ମୟୁରଭଞ୍ଜ ଉଦଳା ଥାନା ଏନ୍ଏସି ୩ ନମ୍ବର ଓ୍ୱାର୍ଡରେ ଘଟିଛି ଘଟଣା । ଖବର ଅନୁଯାୟୀ, ଉଦଳା ଥାନା ଅଞ୍ଚଳରେ ବାସ କରୁଥିବା ମହିଳା ପୁଷ୍ପଲତା ପଣ୍ଡା ଆଜି ସକାଳେ ପ୍ରାତଃଭ୍ରମଣରେ ବାହାରିଥିଲେ । ଠିକ୍ ଏହି ସମୟରେ ଯାଉଥିବା ବେଳେ ବାଇକ୍ରେ ୨ଜଣ ଲୁଟେରା ଆସି ମହିଳାଙ୍କ ବେକରୁ ସୁନାଚେନ୍ ଲୁଟିନେଇଛନ୍ତି । ତେବେ ମହିଳା ଜଣଙ୍କ ଲୁଟେରାଙ୍କ ପରିଚୟ ଦେଖିପାରାନାହାନ୍ତି ।






