ଯାଜପୁର, (ବାଘୁଆବାର୍ତ୍ତା): ଜଣେ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ରୁ ମିଳିଲା ବିଡ଼ା ବିଡ଼ା ଟଙ୍କା। ଭିଜିଲାନ୍ସ ରେଡ୍ ମିଳିଲା ଏହି ଟଙ୍କା। ଏହା ପରେ ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଜଣାପଡ଼ିଛି। ତାଙ୍କ ନାଁ ବିଧାନ ସାହୁ। ସେ କେନ୍ଦୁଝର ଜିଲ୍ଲା ବୈତରଣୀ ଜଳ ସଂପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର) ଭାବେ କାର୍ୟ୍ୟ କରୁଛନ୍ତି। ଆଜି ସେ ସେଠାରୁ କାରରେ କଟକ ସ୍ଥିତ ନିଜ ଘରକୁ ଯାଉଥିବା ବେଳେ ଯାଜପୁର ଏନ୍ସି କଲେଜ ନିକଟରେ ତାଙ୍କୁ ଅଟକାଇଥିଲେ ଭିଜିଲାନ୍ସ ଅଧିକାରୀ। ଯାଜପୁର ଭିଜିଲାନ୍ସ ସହାୟତାରେ କଟକ ଭିଜିଲାନ୍ସ ଏହି ଚଢ଼ାଉ କରିଥିଲା। ବିଧାନ ସାହୁଙ୍କ କାର୍ ଯାଞ୍ଚ ବେଳେ ସେଥିରୁ ୧୦ ଲକ୍ଷ ଟଙ୍କା ମିଳିଛି। ଭିଜିଲାନ୍ସ ଟଙ୍କା ଜବତ କରି ତଦନ୍ତ କରୁଛି।






