Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଧରାପଡିଲା ମିଛେଇ ବିଦ୍ୟାଭାରତୀଙ୍କ ମିଛ

by ସଞ୍ଜୟ ସ୍ୱାଇଁ
October 9, 2021
in Crime, State
ଧରାପଡିଲା ମିଛେଇ ବିଦ୍ୟାଭାରତୀଙ୍କ ମିଛ
563
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଧରାପଡିଲା ମିଛେଇ ବିଦ୍ୟାଭାରତୀଙ୍କ ମିଛ। ବିଦ୍ୟାଭାରତୀ କହିଥିଲେ ପାଣି ଢାଳିଥିଲି ବୋଲିଟ୍ଟକିନ୍ତୁ ସେ ଏହି କଥା ମିଛ କହିଥିଲେ। କେବଳ ସେତିକି ନୁହେଁ, ଘଟଣା ପୂର୍ବରୁ ବି ଝଗଡା ହୋଇଥିଲା କିନ୍ତୁ ବିଦ୍ୟାଭାରତୀ କହିଥିଲେ ଆମ ମଧ୍ୟରେ କୌଣସି ଝଗଡା ହୋଇନଥିଲା। ଏତେ ମିଛି କେମିତି କହିପାରିଥିଲେ ବିଦ୍ୟା ଭାରତୀ। ଆଜି ଲାଏ ଡିଟେକ୍ସନରେ ଜଣାପଡ଼ିଲା ବିଦ୍ୟାଭାରତୀ କେତେ ମିଛ କହିଛନ୍ତି। ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ମାମଲାରେ ୫୦୦ରୁ ଅଧିକ ପୃଷ୍ଠାର ଚାର୍ଜସିଟ, ୮୧ ଜଣ ସାକ୍ଷୀ ରହିଛନ୍ତି। ୩ଟି ଫେଜରେ ଫରେନସିକ ଲାବକୁ ପଠାଯାଇଛି ପ୍ରମାଣ। ୮୦୦ ଏମଏଲ କିରୋସିନି ଏବଂ ଡିଆସିଲି ମଧ୍ୟ ବ୍ୟବହାର ହୋଇଛି । ରୁମ ଖୋଲା ଥିଲା ବୋଲି ଘରେ ଅଧିକ ଧୂଆଁ ରହିଲାନାହିଁ । ଏମିତି କି ବିଦ୍ୟାଭାରତୀ କହିଥିଲେ ପାଣି ଢାଳିଥିଲି ବୋଲି ତାହା ମିଛ ଥିଲା, ଡାକ୍ତରଙ୍କ ମତରେ ଜମାରୁ ପାଣି ଢ଼ଳାଯାଇନି। ଘଟଣା ପୂର୍ବରୁ ଝଗଡା ହୋଇଥିଲା କିନ୍ତୁ ବିଦ୍ୟାଭାରତୀ କହିଥିଲେ ଝଗଡା ହୋଇନି । ସୌମ୍ୟ ଚାହୁଁଥିଲେ ସମ୍ପର୍କ ନ ଭାଙ୍ଗୁ, କିନ୍ତୁ ବିଦ୍ୟା ଚାହୁଁ ନଥିଲେ ସୌମ୍ୟଙ୍କ ସହ ରହିବା ପାଇଁ। ସ୍ୱାମୀ ଜଳି ଯାଉଥିବା ବେଳେ ଘଟଣାସ୍ଥଳରେ ଚୁପ୍‌ଚାପ୍‌ ଠିଆ ହୋଇ ରହିଥିଲେ ପତ୍ନୀ । ନିଆଁ ଲିଭାଇବାକୁ ଚାହିନଥିଲେ, ସେ ଦିଗରେ ଚେଷ୍ଟା ବି କରିନଥିଲେ । କାହାରି ସହଯୋଗ ପାଇଁ ଡକାହକା ବି କରିନଥିଲେ । ପାରଳାଖେମୁଣ୍ଡିର ପରଲୋକଗତ ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ରହସ୍ୟମୟ ମୃତ୍ୟୁ ଘଟଣାର ତଦନ୍ତରୁ ଏହି ନିଷ୍କର୍ଷରେ ପହଞ୍ଚିଛି କ୍ରାଇମ୍‌ବ୍ରାଞ୍ଚ୍‌ । ସୌମ୍ୟରଞ୍ଜନଙ୍କ ହୃଦୟ ବିଦାରକ ମୃତ୍ୟୁ ଘଟଣାଟି ହତ୍ୟାକାଣ୍ଡ କିମ୍ବା ଆତ୍ମହତ୍ୟା ନୁହେଁ । ସେ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇବା ଦୁର୍ଘଟଣାଜନିତ ବୋଲି କହିଛନ୍ତି କ୍ରାଇମ୍‌ବ୍ରାଞ୍ଚ୍‌ର ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡା । ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ଚାଲିଥିବା ତଦନ୍ତରେ ଏବଂ ବିଦ୍ୟାଭାରତୀଙ୍କ ପଲିଗ୍ରାଫ୍‌ ଟେଷ୍ଟରେ ମଧ୍ୟ ତାଙ୍କର ଅବହେଳା ଧରାପଡ଼ିଛି । ଏଥିଲାଗି କ୍ରାଇମବ୍ରାଞ୍ଚ ତାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି)ର ଦଫା ୨୮୫ ଏବଂ ୩୦୪-ଏ (ଅବହେଳା ଯୋଗୁଁ ମୃତ୍ୟୁ ଘଟିବା)ରେ ମାମଲା ରୁଜୁ କରିଛି । ବିଦ୍ୟାବାରତୀଙ୍କ ବିରୋଧରେ ୪୧ ଧାରାରେ ନୋଟିସ କରାଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!