Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଥାନା ନିକଟରେ ପଡିଛି ବ୍ୟବସାୟୀଙ୍କ ମୃତଦେହ

by ସଞ୍ଜୟ ସ୍ୱାଇଁ
October 9, 2021
in Crime, State
ଥାନା ନିକଟରେ ପଡିଛି ବ୍ୟବସାୟୀଙ୍କ ମୃତଦେହ
74
VIEWS
Share on FacebookShare on Twitter

କୋରାପୁଟ, (ବାଘୁଆବାର୍ତ୍ତା): କୋରାପୁଟ ଜିଲ୍ଲା ସୁନାବେଡା ଥାନା ନିକଟରେ ପଡିଛି ବ୍ୟବସାୟୀଙ୍କ ମୃତଦେହ। ମୃତ ବ୍ୟବସାୟଙ୍କ ଘର ସୁନାବେଡା ରାଜୀବ କଲୋନୀରେ ବୋଲି ଜଣାପଡିଛି। ତେବେ ତାହା ହତ୍ୟା କି ଆତ୍ମହତ୍ୟା ତାର ତଦନ୍ତ କରାଯିବ ସାଇଣ୍ଟିଫିକ୍ ଟିମ୍ ଦ୍ବାରା ଅଧିକ ତଦନ୍ତ କରାଯିବା ନେଇ କହିଛନ୍ତି ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା । ମୃତ ବ୍ୟକ୍ତିଙ୍କ ଘର ରାଜୀବ କଲୋନୀ । ସେ ସୁନାବେଡା ଟାଉନର ରାସିୟେନ ବଜାରରେ ଅଟାକଳ ବସାଇ ବ୍ୟବସାୟ କରୁଥିଲେ । ବିଳମ୍ବିତ ରାତିରେ ଘରକୁ ଫେରୁଥିବାବେଳେ କେହି ଦୁର୍ବୃତ୍ତ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ବ୍ୟବସାୟୀଙ୍କ ଗାଲରେ ଓ ଶରୀରର ଏକାଧିକ ସ୍ଥାନରେ କଟା ଦାଗ ରହିଛି। ତେଣୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ଥାନା ନିକଟରେ ଏସଡିପିଓଙ୍କ କାର୍ୟ୍ୟାଳୟ ପଛପଟରେ ବ୍ୟବସାୟୀଙ୍କ ମୃତଦେହ ପଡିଛି। ଘଟଣାକୁ ନେଇ ସୁନାବେଡା ଓ ସେମିଳିଗୁଡାରେ ଚାଞ୍ଚଲ୍ୟ ଖେଳିଯାଇଛି । କୋରାପୁଟରୁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଯାଇ ଘଟଣାର ଅନୁସନ୍ଧାନ କରିବେ ବୋଲି ସୁନାବେଡା ଏସଡିପିଓ କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!