Saturday, September 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶାଶୂ ପାଇଁ ପରିବା କିଣି ଚୋଟ ଖାଇଲା ଭାବି ଜ୍ୱାଇଁ

by ସଞ୍ଜୟ ସ୍ୱାଇଁ
July 16, 2021
in Crime, State
ଶାଶୂ ପାଇଁ ପରିବା କିଣି ଚୋଟ ଖାଇଲା ଭାବି ଜ୍ୱାଇଁ
260
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ବିବାହ ପୂର୍ବରୁ ବରକୁ ହୋଇଛି ଚୋଟ । ବରକୁ ହାଣିଛନ୍ତି ଆଗକୁ ହେବାକୁ ଥିବା ଶାଳା ଓ ଶଳା ଭାଉଜ । ଏନେଇ ବଳିଆପଣ୍ଡା ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମାମଲାରେ ଅନ୍ୟଜଣେ ମଧ୍ୟ ସାମିଲ୍‌ ଥିବା ପୁଲିସ କହିଛି । ଆକ୍ରମଣରେ ଆହତ ଜଣକ ହେଲେ ଏହି ଥାନା ଅଧୀନ ଶାନ୍ତି ଗେଷ୍ଟ ହାଉସ୍‌ ନିକଟର ଜଗନ୍ନାଥ ପଣ୍ଡା । ମୁଖ୍ୟ ଆକ୍ରମଣକାରୀ ହେଲା ସେହି ଅଞ୍ଚଳର କାଳିଆ ବିଶ୍ୱାଳ । ପୁଲିସ ସୂତ୍ରରୁ ଖବର ମଳିଛି ଯେ, ଜଗନ୍ନାଥଙ୍କ ସହ କାଳିଆର(ଶଳା) ଭଉଣୀଙ୍କ ବିବାହ ସ୍ଥିର ହୋଇଛି । କାଳିଆ ନିଶା ସେବନ କରୁଥିବାରୁ ତା’ ମାଆ ଘର ସଉଦା କିଣିବା ପାଇଁ ଆଗକୁ ହେବାକୁ ଥିବା ଜ୍ୱାଇଁ ଜଗନ୍ନାଥଙ୍କୁ ଟଙ୍କା ଦେଇଥିଲେ ବୋଲି ପୁଲିସ କହିଛି । ଜଗନ୍ନାଥ ଏହି ଟଙ୍କାରେ ସଉଦା କିଣି କାଳିଆର ମା’ଙ୍କୁ ଦେଇଥିଲେ । ହେଲେ ଏସବୁ କାଳିଆ ସହି ପାରିନଥିଲା । ବିବାହ ପୂର୍ବରୁ ଏତେ, ବିବାହ ପରେ କେତେ ହେବ ବୋଲି କହି ଗତ ୧୪ ତାରିଖରେ ସ୍ଥାନୀୟ ହନୁମାନ ମନ୍ଦିର ନିକଟରେ ବସିଥିବା ଜଗନ୍ନାଥଙ୍କୁ ହାଣିଥିଲା । ହେଲେ ଏନେଇ ଜଗନ୍ନାଥ ଏତଲା ଦେଇନଥିବା ପୁଲିସ କହିଛି । ଚିକିତ୍ସା ପରେ ଘରକୁ ଫେରିଥିବାବେଳେ ୧୫ ତାରିଖରେ କାଳିଆ ତା’ ପତ୍ନୀ ଓ ସାଙ୍ଗଙ୍କୁ ନେଇ ଜଗନ୍ନାଥଙ୍କୁ ପୁଣି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କାଳିଆ, ତା’ ପତ୍ନୀ ଓ ସାଙ୍ଗ ବିରୋଧରେ ଏହି ମାମଲା ରୁଜୁ ହୋଇଥିବା ପୁଲିସ କହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!