Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରେମଜାଲରେ ଫସାଇ ଅପହରଣ କରିନେଇଥିଲେ ଟିଉସନ ଶିକ୍ଷକ

by ସଞ୍ଜୟ ସ୍ୱାଇଁ
October 9, 2021
in Crime, State
ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରେମଜାଲରେ ଫସାଇ ଅପହରଣ କରିନେଇଥିଲେ ଟିଉସନ ଶିକ୍ଷକ
177
VIEWS
Share on FacebookShare on Twitter

ଦାରିଙ୍ଗବାଡି, (ବାଘୁଆବାର୍ତ୍ତା): ଦାରିଙ୍ଗବାଡି ପୋଲିସ ଅପହୃତ ନାବାଳିକାକୁ ଉଦ୍ଧାର କରିବାରେ ସଫଳ ହୋଇଛି । ଗତ ୧୮ ତାରିଖ ଦିନ ଦାରିଙ୍ଗବାଡି ଥାନା ଗ୍ରୀନବାଡ଼ି ଗାଁର ସରିଫ ଦିଗାଲ ନାମକ ଜଣେ ଟିଉସନ ଶିକ୍ଷକ ଜଣେ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରେମଜାଲରେ ଫସାଇ ଅପହରଣ କରିନେଇଥିବା ନେଇ ଦାରିଙ୍ଗବାଡି ଥାନାରେରେ ଅଭିଯୋଗ ହୋଇଥିଲା । ଏନେଇ ଦାରିଙ୍ଗବାଡି ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ । ଦାରିଙ୍ଗବାଡି ଥାନା ପୋଲିସ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ବିଭିନ୍ନ ଅଞ୍ଚଳ ରେ ଖୋଜାଖୋଜି କରୁଥିଲା । ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱ ରେ ଏସ ଆଇ ସୌମ୍ୟରଞ୍ଜନ ପଣ୍ଡା ରୀତିମତ ମୋବାଇଲ ଟ୍ରାକିଙ୍ଗ କରୁଥିଲେ । ଅଭିଯୁକ୍ତ ବାରମ୍ବାର ସ୍ଥାନ ପରିବର୍ତ୍ତନ କରି ମୋବାଇଲ ଫୋନ ବ୍ୟବହାର କରୁନଥିବାରୁ ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି ହୋଇଥିଲା । ତଥାପି ପୋଲିସ ନାବାଳିକାଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦେବାପାଇଁ ବିଭିନ୍ନ ଦିଗଉପରେ ତଦନ୍ତ କରିଥିଲା । ନାବାଳିକା ଅପହରଣରେ ସହଯୋଗ କରିଥିବା ଦୁଇଜଣ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା । ପୋଲିସ କୋରାପୁଟ ଜ଼ିଲ୍ଲା ଦ।ମନଯୋଡି ଅଞ୍ଚଳରେ ଅଭିଯୁକ୍ତ ଟିଉସନ ଶିକ୍ଷକ ସରାଫ ଦିଗାଲ ନିଜ ସମ୍ପର୍କୀୟଙ୍କ ସହାୟତାରେ ଏକ ଭଡା ଘରେ ରଖିଥିବା ନେଇ ପୋଲିସ ଖବର ପାଇ ଚଢାଉ କରିଥିଲା । ଗୁରୁବାର ମଧ୍ୟ ରାତ୍ରୀରେ ନାବାଳିକାଙ୍କୁ ଉଦ୍ଧାର କରି ସିଡବ୍ଲୁସିକୁ ପଠାଇଛି । ଅଭିଯୁକ୍ତ ରସିକିଆ ଟିଉସନ ଶିକ୍ଷକଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ବିଳମ୍ବରେ ହେଲେ ମଧ୍ୟ ପରିବାର ଲୋକେ ନ୍ୟାୟ ପାଇ ଥିବାରୁ ମିଳିତ ନାଗରିକ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପକୁମାର ଜେନା ଓ ବରିଷ୍ଠ ଭାଜପା ନେତା କମଳାକାନ୍ତ ପାଣ୍ଡେ ସାଧୁବାଦ ଜଣାଇଛନ୍ତି । ଥାନା ଅଧିକାରୀ କୌଶିକ ମାଝୀ ଓ ଏସ ଆଇ ସୋମ୍ୟରଞ୍ଜନ ପଣ୍ଡା ଦାରିଙ୍ଗବାଡି ଅଂଚଳରେ ଘଟୁଥିବା ଅପରାଧ ନିୟନ୍ତ୍ରଣ ନାବାଳିକା ଅପହରଣ ଘଟଣାରେ ଉଦ୍ଧାର କରିବାରେ ସଫଳହେଉ ଥିବା ନଜିର ରହିଛି । ଦାରିଙ୍ଗବାଡି ପୋଲିସର କାର୍ୟ୍ୟଦକ୍ଷତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!