Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଝିଅର ପ୍ରେମକୁ ପରିବାର ଲୋକେ ବିରୋଧ କରି ପ୍ରେମିକର ମା’କୁ ମାରିଦେଲେ

by ସଞ୍ଜୟ ସ୍ୱାଇଁ
October 8, 2021
in Crime, State
ଝିଅର ପ୍ରେମକୁ ପରିବାର ଲୋକେ ବିରୋଧ  କରି  ପ୍ରେମିକର ମା’କୁ ମାରିଦେଲେ
81
VIEWS
Share on FacebookShare on Twitter

ଦେବଗଡ଼, (ବାଘୁଆବାର୍ତ୍ତା): ପ୍ରେମ କରୁଥିଲା ଝିଅ। ହେଲେ ଏହାକୁ ବିରୋଧ କରୁଥିଲେ ପରିବାର ଲୋକେ। ପରିବାର ଲୋକଙ୍କ କଡ଼ା ଚେତାବନୀ ସତ୍ତ୍ୱେ ପ୍ରେମିକଙ୍କ ସହିତ କଥା ହେଉଥିଲେ ସେ। ଆଉ ଏ କଥା ଧରା ପଡ଼ିଯିବା ପରେ ରାକ୍ଷାସ ପାଲଟି ଗଲେ ତାଙ୍କ ପରିବାର। ସିଧା ହମ୍‌ଲା କଲେ ତାଙ୍କ ପ୍ରେମିକଙ୍କ ଘରେ। ଆକ୍ରମଣରେ ପ୍ରେମିକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଯାଇଛି। ଏମିତି ଏକ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ଗାଡ଼ପାଲ ଗାଁରେ। ଏହି ଘଟଣାରେ ଦେବଗଡ଼ ପୁଲିସ୍ ଗାଡ଼ପାଲ ଗାଁର ନରେନ୍ଦ୍ର ଶବର, ତାଙ୍କ ପତ୍ନୀ ବାସନ୍ତୀ ଶବର, ତିନି ପୁଅ- ସନ୍ତୋଷ ଶବର, ସୁଦର୍ଶନ ଶବର ଓ ଧରଣୀ ଶବରଙ୍କୁ ଗିରଫ କରିଛି। ନରେନ୍ଦ୍ରଙ୍କ ଆଉ ଜଣେ ପୁଅ ତଥା ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଧର୍ମୁ ଶବର ଫେରାର ରହିଛି। ବୁଧବାର ରାତି ପ୍ରାୟ ୧୦ଟାରେ ଘଟିଥିଲା ଏହି ଘଟଣା। ସେହିଦିନ ଝିଅ ତାଙ୍କ ପ୍ରେମିକ ପ୍ରୀତମ କୁଲୁ ସହିତ କଥାବାର୍ତ୍ତା ହେଉଥିବା ବେଳେ ଏ ସଂପର୍କରେ ଜାଣିପାରିଥିଲେ ନରେନ୍ଦ୍ର। ଏ କଥା ଜାଣିବା ପରେ ତାଙ୍କ ଝିଅ ଜଙ୍ଗଲ ଭିତରେ ଲୁଚି ଯାଇଥିଲେ। କିନ୍ତୁ ଉତ୍‌କ୍ଷିପ୍ତ ନରେନ୍ଦ୍ର ତାଙ୍କ ପତ୍ନୀ ଓ ଚାରି ପୁଅଙ୍କ ସହିତ ଯାଇ ପହଞ୍ଚିଥିଲେ ପ୍ରୀତମଙ୍କ ଘରେ। ସେମାନେ ପ୍ରୀତମଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ପ୍ରୀତମଙ୍କୁ ବଞ୍ଚାଇବାକୁ ତାଙ୍କ ମା’ ଡୋରୋଥିଆ କୁଲୁ ଚେଷ୍ଟା କରିଥିଲେ। ହେଲେ ନରେନ୍ଦ୍ର ଓ ତାଙ୍କ ପୁଅମାନେ ପ୍ରୀତମଙ୍କ ମା’ଙ୍କୁ ମଧ୍ୟ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ପ୍ରୀତମଙ୍କ ମା’ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏ ପୂରା ଘଟଣାକୁ ଘର ଭିତରୁ ଅସହାୟ ହୋଇ ଦେଖୁଥିଲେ ପ୍ରୀତମଙ୍କ ବଡ଼ ଭଉଣୀ। ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇବା ପରେ ସେ ବାହାରକୁ ଆସିଥିଲେ। ତାଙ୍କ ମା’ଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ଭାଇ ପ୍ରୀତମକୁ ଉଦ୍ଧାର କରି ଦେବଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସେଠାରୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ଦେବଗଡ଼ ଥାନା ପୁଲିସ୍ ସେଠାରେ ପହଞ୍ଚିଥିଲା। ଗୁରୁବାର ସକାଳେ ଦେବଗଡ଼ ଏସଡିପିଓ ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ୱରେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ୍‌ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଭୟରେ ଜଙ୍ଗଲ ଭିତରେ ଲୁଚିଥିବା ପ୍ରୀତମଙ୍କ ପ୍ରେମିକାଙ୍କୁ ପ୍ରଥମେ ପୁଲିସ ଉଦ୍ଧାର କରିଥିଲା। ଦେବଗଡ଼ ଏସ୍‌ପି ରାଜକିଶୋଣ ପାଇକରାୟ କହିଛନ୍ତି, ଏହି ହତ୍ୟାକାଣ୍ଡରେ ସାମିଲ ଥିବା ଧର୍ମୁ ଶବର ଏବେ ଫେରାର ରହିଛି। ତଦନ୍ତ ଚାଲିଛି। ଖୁବଶୀଘ୍ର ତାକୁ ମଧ୍ୟ ଗିରଫ କରାଯିବ। ଅନ୍ୟପକ୍ଷରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନଯିବା ପର୍ୟ୍ୟନ୍ତ ପ୍ରୀତମଙ୍କ ପରିବାରର ବାକି ସଦସ୍ୟଙ୍କ ଉପରେ ବିପଦ ରହିଥିବା ତାଙ୍କ ସମ୍ପର୍କୀୟମାନେ କହିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!