Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋରୁ ପଲ ବିରି ଖାଇଦେବାରୁ ଯୁବକଙ୍କୁ ତୀର ମାରି ହତ୍ୟା

by ସଞ୍ଜୟ ସ୍ୱାଇଁ
October 8, 2021
in Crime, State
ଗୋରୁ ପଲ ବିରି ଖାଇଦେବାରୁ ଯୁବକଙ୍କୁ ତୀର ମାରି ହତ୍ୟା
77
VIEWS
Share on FacebookShare on Twitter

ବାଂଶପାଳ, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ନୟାକୋଟ ଥାନା କୋଡାକଳା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋରୁ ପଲ ବିରି ଖାଇଦେବାରୁ ଯୁବକଙ୍କୁ ତୀର ମାରି ହତ୍ୟା କରିଥିବା ଜଣାପଡିଛି । ମୃତକ ହେଲେ ନୀଳ ଗିରି । ତାଙ୍କ ବୟସ ୨୮ ବର୍ଷ । ଅଭିଯୁକ୍ତ ଚଷା ଦେହୁରୀକୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି । ସୂଚନାଯୋଗ୍ୟ ଯେ, ଗୁରୁବାର ଅପରାହ୍ନରେ ଗ୍ରାମର ଜଗଦୀଶ ଦେହୁରୀ, ସାଗୁ ଦେହୁରୀ, ନୀଳ ଗିରି ଗାଁ ପାଖ ଜଙ୍ଗଲରେ ଗାଈ ଚରାଉଥିଲେ । ତେବେ ଗୋରୁ ପଲରୁ କିଛି ଗାଈ ଚଷା ଦେହୁରୀଙ୍କ ଘର ଅଗଣାରେ ଚାଷ କରିଥିବା ବିରି ବାଡିରେ ପଶି ବିରି ଖାଇ ଦେଇଥିଲେ । ଗୋରୁ ପଲ ବିରି ଖାଇଦେବାରୁ ଚଷା ରାଗିଯାଇ ଜଗଦୀଶ, ସାଗୁ ଓ ନୀଳକୁ ଏକ ଟାଙ୍ଗିଆରେ ପ୍ରଥମେ ଆକ୍ରମଣ କରିଥିଲା ଏହି ସମୟରେ ସାଗୁ ଓ ଜଗଦୀଶ ଜଂଗଲକୁ ଦୌଡ଼ି ପଳାଇଥିଲେ । ପରେ ନୀଳ ଓ ଚଷାର କିଛି ସମୟ ସଂଘର୍ଷ ହୋଇଥିଲା ଉଭୟ ଉଭୟଙ୍କୁ ପ୍ରତି ଆକ୍ରମଣ କରିବା ପରେ ଚଷା ନୀଳକୁ ଏକ ଚଢେଇ ମରା ବାଟୁଳିରେ ତୀର ଲଗାଇ ଆକ୍ରମଣ କରିଥିଲା ଫଳରେ ତୀରଟି ନୀଳର ପେଟରେ ପଶି ଯାଇଥିଲା ଓ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲା । ପରେ ଘଟଣା ବିଷୟରେ ଜଗଦୀଶ ଓ ସାଗୁ ଗାଁକୁ ଯାଇ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ରାତିରେ ପୋଲିସକୁ ଜଣାଇବା ପରେ ନୟାକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତ ଚଷାକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!