ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଝିକିପଦରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଭିଯୋଗରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା । ଗଞ୍ଜାମ ଜିଲ୍ଲା ଝିକିପଦର ରଣ୍ଢା ହରିଜନ ସାହି ସ୍ଥିତ ନିଜ ଶ୍ବଶୁର ଘରେ ଯୁବକଙ୍କୁ ପଥରରେ ଛେଚି ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଶ୍ୱଶୁର ଘର ଛାତ ଉପରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଉଛନ୍ତି ଦିଲ୍ଲୀପ ଦାସ । ସେ ଝିକିପଦର ସ୍ଥିତ ନିଜ ଶ୍ୱଶୁର ଘରକୁ ଆସିଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି । ତେବେ ହତ୍ୟାକାଣ୍ଡର କାରଣ ଏପର୍ୟ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ । ଅଭିଯୋଗରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।





