Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାଁ ରାସ୍ତା ବିବାଦକୁ ନେଇ ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ, କଟକ ସ୍ଥାନାନ୍ତର

by ସଞ୍ଜୟ ସ୍ୱାଇଁ
October 8, 2021
in Crime, State
ଗାଁ ରାସ୍ତା ବିବାଦକୁ ନେଇ ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ, କଟକ ସ୍ଥାନାନ୍ତର
233
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଗାଁ ରାସ୍ତାକୁ ନେଇ ବିବାଦରୁ ସରପଞ୍ଚଙ୍କୁ ଆକ୍ରମଣ । ସଂଘବଦ୍ଧ ଆକ୍ରମଣରେ ସରପଞ୍ଚ ଗୁରୁତର, ମୁଣ୍ଡରେ ଗୁରୁତର ଆଘାତ ସହ ଏବେ ବି ଜୀବନ ମରଣ ସହ ଲଢ଼ୁଛନ୍ତି ସରପଞ୍ଚ । ସୂଚନା ଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନମଣ୍ଡଳୀ, ଧୂସୁରି ଥାନା ଅଧିନସ୍ଥ ଖପରପଦା ସରପଞ୍ଚ ଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଖପରପଦା ସରପଞ୍ଚ ଗୟାଧର ନାୟକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ପଞ୍ଚାୟତ ଅଫିସରୁ ବାଇକ ଯୋଗେ ଆସୁଥିବା ବେଳେ ଗାଁ ମୁଣ୍ଡରେ କେତେକ ଲୋକ ରାଜନୈତିକ ଆକ୍ରୋଷ ଯୋଗୁଁ ତାଂକୁ ସଙ୍ଘବଦ୍ଧ ଭାବେ ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ । ତେବେ ଗାଁ ର ରାସ୍ତା କାମ କୁ ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଆକ୍ରମଣରେ ସରପଞ୍ଚଙ୍କର ମୁଣ୍ଡ ଓ କାନରେ ଗୁରୁତର ଆଘାତ ଲାଗିଛି । ଗ୍ରାମବାସୀମାନେ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ପରେ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଏବେ ପର୍ୟ୍ୟନ୍ତ ଗୁରୁତର ସରପଞ୍ଚଙ୍କର ଚେତା ଫେରିନଥିବାରୁ ଘଟଣା ବିଷୟରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଧୂସୁରି ଥାନାଧିକାରୀ କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!