Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଟୋ ଭିତରୁ ୨ କ୍ୱିଣ୍ଟାଲ ୩ କେଜି ଚୋରା ଗଞ୍ଜେଇ ଜବତ, ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ

by ସଞ୍ଜୟ ସ୍ୱାଇଁ
October 7, 2021
in Crime, State
ଅଟୋ ଭିତରୁ ୨ କ୍ୱିଣ୍ଟାଲ ୩ କେଜି ଚୋରା ଗଞ୍ଜେଇ ଜବତ, ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ
94
VIEWS
Share on FacebookShare on Twitter

ମାଲକାନଗିରି, (ବାଘୁଆବାର୍ତ୍ତା): ମାଲକାନଗିରି ପୋଲିସକୁ ବଡ଼ ସଫଳତା । ଚିତ୍ରକୋଣ୍ଡା ଅଞ୍ଚଳରୁ ଛତିଶଗଡକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ନମ୍ବର ନଥିବା ଏକ ତିନି ଚକିଆ ଅଟୋକୁ ଜବତ କରିଛି ପୋଲିସ । ଅଟୋ ଭିତରୁ ୨ କ୍ୱିଣ୍ଟାଲ ୩ କେଜି ଚୋରା ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଚିତ୍ରକୋଣ୍ଡା ଏସଡିପିଓ କହିଛନ୍ତି । ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଥିବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ୩ ଜଣଙ୍କ ମଧ୍ୟରୁ ସୀତାରାମ ଖିଲ ଓ ଯଦୁ ଖିଲ ନାମକ ୨ ଅଭିଯୁକ୍ତଙ୍କ ଘର ଚିତ୍ରକୋଣ୍ଡା ବ୍ଲକ୍ ପଣଷଗୋନ୍ଦି ଗାଁରେ ହୋଇଥିବା ବେଳେ, ମଙ୍ଗଳା ମୁଦୁଲି ନାମକ ଅନ୍ୟ ଜଣେ ଅଭିଯୁକ୍ତର ଘର ବଡପଦର ଗାଁରେ ବୋଲି ଜଣାପଡିଛି । ପୋଲିସ ଏମାନଙ୍କ ଠାରୁ ୩ଟି ମୋବାଇଲ ଫୋନ ସହ ନଗଦ ଟଙ୍କା ମଧ୍ୟ ଜବତ କରିଛି । ଏମାନେ କେଉଁ ମାଫିଆଙ୍କ ନେଟଓ୍ବର୍କରେ ସଂପୃକ୍ତ ଅଛନ୍ତି, ସେନେଇ ତଦନ୍ତ କରୁଛି ମାଲକାନଗିରି ପୋଲିସ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!