Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏବେ ଚର୍ଚ୍ଚାର ଶୀର୍ଷରେ ରହିଛି ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି, ଓଡ଼ିଶାର ୨ ଜଣ ନୁହେଁ, ବରଂ ୨୦ରୁ ଅଧିକ ଜଣ ଥିଲେ ସାମିଲ୍

by ସଞ୍ଜୟ ସ୍ୱାଇଁ
October 7, 2021
in Crime, State
ଏବେ ଚର୍ଚ୍ଚାର ଶୀର୍ଷରେ ରହିଛି ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି, ଓଡ଼ିଶାର ୨ ଜଣ ନୁହେଁ, ବରଂ ୨୦ରୁ ଅଧିକ ଜଣ ଥିଲେ ସାମିଲ୍
122
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଏବେ ଚର୍ଚ୍ଚାର ଶୀର୍ଷରେ ରହିଛି ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି । ପୂର୍ବରୁ ହିଁ ବଳିଉଡ୍ ରେ ଅନେକ ବଡ଼ ବଡ଼ ହସ୍ତି ମାନେ ଡ୍ରଗ୍ସ ମାମଲାକୁ ନେଇ ଫସିଥିବା ବେଳେ ଏବେ ଏନସିବିର ଚକର କାଟୁଛନ୍ତି ସୁପରଷ୍ଟାର ଶାହରୁଖ ଖାନଙ୍କୁ ପୁଅ ଆର୍ୟ୍ୟନ ଖାନ୍ । ତେବେ ଏହି ମାମଲାରେ ଏଯାବତ୍ ୧୮ ଜଣ ଗିରଫ ହୋଇସାରିଲେଣି । ଅନ୍ୟପଟେ ଡ୍ରଗ୍ସ ସହିତ ଓଡ଼ିଶାର ଲିଙ୍କ୍ ସାମନାକୁ ଆସୁଛି । କ୍ରୁଜ୍ ଡ୍ରଗ୍ସ ପାର୍ଟିରେ ଓଡ଼ିଶାର ୨ ଜଣ ନୁହେଁ, ବରଂ ୨୦ରୁ ଅଧିକ ଯୁବକ ସାମିଲ୍ ଥିଲେ। ଏହି ୨୦ ଜଣଙ୍କ ମଧ୍ୟରୁ ରାଉରକେଲାର ପ୍ରାୟ ୧୪ ଜଣ ଏବଂ ଭୁବନେଶ୍ବର, କଟକରୁ ୬ ଜଣ ଯୁବକ ଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ୫ ଜଣ ଏନସିବି ସ୍କାନରରେ ରହିଛନ୍ତି ଓ ବାକି ୧୫ ଜଣ ମୁମ୍ବାଇ ଛାଡ଼ି ସାରିଛନ୍ତି । ତେବେ, କ୍ରୁଜ୍ ଜାହାଜରେ ବଲିଉଡ୍ ସୁପରଷ୍ଟାର ଶାହରୁଖ୍ ଖାଁଙ୍କ ପୁଅ ଆର୍ୟ୍ୟନ ଖାନ୍ ନିଜ ବନ୍ଧୁମାନଙ୍କ ସହିତ ମଉଜମସ୍ତି କରୁଥିବା ଘଟଣା ସହିତ ଏହି ଦୁଇଟି ଦଳର କୌଣସି ସଂପର୍କ ନଥିଲା। ସୂଚନା ଅନୁସାରେ, ଏହି ପାର୍ଟିରେ ରାଉଲକେଲାରୁ ଅଧିକ ସଂଖ୍ୟକ ରହିଛନ୍ତି । ବର୍ତ୍ତମାନ ଯାହା ସୂଚନା ରହିଛି ରାଉରକେଲାର ଜଣେ ଯୁବକଙ୍କର ବିବାହ ହେବାର ଅଛି। ତେଣୁ ସେ ନିଜ ସାଙ୍ଗ ମାନଙ୍କୁ ନେଇ ମୁମ୍ବାଇ ବ୍ୟାଚଲର୍ ପାର୍ଟି କରିବାକୁ ଯାଇଥିଲେ । ତେବେ ତାଙ୍କର ପ୍ରାୟ ୧୫ ଜଣ ବନ୍ଧୁଙ୍କୁ ନେଇ ମୁମ୍ବାଇ ଯାଇଥିଲେ। ଏହି ୧୫ ଜଣଙ୍କ ମଧ୍ୟରୁ ରାଉରକେଲାର ୯ ଜଣ ଥିବାବେଳେ ଭୁବନେଶ୍ବର ଓ କଟକର ୬ ଜଣ ସାମିଲ ଥିଲେ। ଏନ୍ସିବିର ଚଢ଼ଉବେଳେ ଏହି ୧୫ ଜଣ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏଣୁ ସମସ୍ତଙ୍କୁ ଯାଞ୍ଚ କରାଯାଇଥିଲା। ପ୍ରାଥମିକ ଯାଞ୍ଚପରେ ଏମାନେ ବେଆଇନ ନିଷେଧ ନିଶା ଦ୍ରବ୍ୟ ସେବନ କରିନଥିବା ପ୍ରମାଣିତ ହେବାପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା। ଅପରପକ୍ଷରେ ଗିରଫ ହୋଇଥିବା ମନୀଷ ଗାଗାରିଆ ଓ ଅଭିନ ସାହୁ ତାଙ୍କର ଅନ୍ୟ ୩ ଜଣ ବନ୍ଧୁଙ୍କ ସହ ମୁମ୍ବାଇ ବୁଲିବାକୁ ଯାଇଥିଲେ। ଏହି ୫ ଜଣିଆ ଦଳ କ୍ରୁଜ୍ ଡ୍ରଗ୍ସ ପାର୍ଟିରେ ସାମିଲ ହୋଇଥିଲେ। ମନୀଷ ଓ ଅଭିନ୍ନଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ୩ ଜଣ ମଧ୍ୟ ସ୍କାନର୍ରେ ଅଛନ୍ତି। ମନୀଷଙ୍କ ପାଖରୁ ପ୍ରାୟ ୨.୪ ଗ୍ରାମ୍ର ଗଞ୍ଜେଇ ଭର୍ତ୍ତି ସିଗାରେଟ୍ ଜବତ ହୋଇଥିବାବେଳେ ଅଭିନ ନିଷେଧ ମାଦକ ଦ୍ରବ୍ୟ ଖାଇ ପାର୍ଟିରେ ଯୋଗଦେଇଥିବା ଜଣାପଡ଼ିଥିଲା।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!