Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ

by ସଞ୍ଜୟ ସ୍ୱାଇଁ
October 7, 2021
in Crime, State
ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ
53
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଗତ ରାତିରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ଦେଖାଦେଇଛି ସସ୍‌ପେନ୍ସ। ଗତ ସନ୍ଧ୍ୟାରେ ପାଖ ରୁମ୍‌ରେ ବସି ଖୁସିରେ ଗପସପ କରି ମୋବାଇଲରେ କ୍ରିକେଟ ମ୍ୟାଚ ଦେଖୁଥିବା ଛାତ୍ରୀଜଣକ ରାତିରେ କ’ଣ ପାଇଁ ଏପରି ଚରମ ପଦକ୍ଷେପ ନେଲେ ତାହାକୁ ସହଜେ କେହି ଗ୍ରହଣ କରିପାରୁ ନାହାନ୍ତି। ଆଣ୍ଠୁ ମାଡ଼ି ବସିଥିବା ଅବସ୍ଥାରେ ଛାତ୍ରୀଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏପରି ଅବସ୍ଥାରେ ଆତ୍ମହତ୍ୟା କରିବା ସମ୍ଭବ ନୁହେଁ ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ପ୍ରଥମ ଥର ପାଇଁ ଏପରି ଅଭାବନୀୟ କାଣ୍ଡ ଘଟିଥିବା ବେଳେ ଏବେ ୨ଟି ଦିଗକୁ ନେଇ ଆରମ୍ଭ ହୋଇଛି ପୁଲିସ୍‌ ତଦନ୍ତ। ଛାତ୍ରୀଜଣକ୍‌ କଲେଜ ପରିସରରେ ନିଜ ରୁମ୍‌ରେ ୨ ସହପାଠୀଙ୍କ ସହ ରହୁଥିଲେ। ଉଭୟଙ୍କ ଘର ରାଜସ୍ଥାନରେ ହୋଇଥିବା ବେଳେ ସେମାନେ ନିଜ ଘରକୁ ପଳାଇଛନ୍ତି। ତେଣୁ ସମ୍ପୃକ୍ତା ଛାତ୍ରୀଜଣକ ନିଜ ରୁମ୍‌ରେ ଏକା ଥିବା ବେଳେ ସନ୍ଧ୍ୟାରେ ବେଶ୍‌ ହସଖୁସିରେ ଅନ୍ୟମାନଙ୍କ ସହ ଗପସପ କରିଥିଲେ। ହେଲେ ରାତିରେ ହଠାତ୍‌ ଏକ ଅଜଣା ନମ୍ବରରୁ ପାଖ ରୁମ୍‌ ଛାତ୍ରୀଙ୍କ ନିକଟକୁ କଲ୍‌ ଆସିଥିଲା। ଫୋନ୍‌ କରି ସମ୍ପୃକ୍ତ ଛାତ୍ରୀ କିପରି ଅଛନ୍ତି ଦେଖିବାକୁ କହିଥିଲେ। ଏହାପରେ କବାଟ ବାଡ଼େଇ ବାଡ଼େଇ ଖୋଲିବା ପରେ ଛାତ୍ରୀଜଣକ ଝରକା ରେଲିଂରେ ବେକରେ ଷ୍ଟଲ୍‌ ଗୁଡ଼ାଇ ଆଣ୍ଠୁ ମାଡ଼ି ବସିଥିବା ଅନ୍ୟମାନେ ଦେଖିବାକୁ ପାଇଥିଲେ। ଏହାପରେ ତାଙ୍କୁ ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ ଡିନ୍‌ ସମେତ ଅନ୍ୟ ବିଭାଗୀୟ ପ୍ରଫେସର। ଉକ୍ତ ସମୟରେ ଛାତ୍ରୀଙ୍କ ରୁମ୍‌ରୁ କିଛି କେମିକାଲ ଗନ୍ଧ ବାହାରୁଥିବା ବେଳେ କେମିକାଲ ସେଠାକୁ କିପରି ଗଲା ଓ ତାହାର କାମ କ’ଣ ଏନେଇ ରହସ୍ୟ ଘନେଇବାରେ ଲାଗିଛି। ସୂଚନାଯୋଗ୍ୟ, ଗତକାଲି ରାତିରେ ଲେଡିଜ ହଷ୍ଟେଲ ଝରକାରେ ଛାତ୍ରୀ ଜଣକ ଝୁଲିପଡିଥିବା ନେଇ କଲେଜ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପହଞ୍ଚିବା ପରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି କି ମୃତ୍ୟୁ ପଛରେ ଆଉ କଣ କାରଣ ରହିଛି, ସେ ନେଇ କିଛି ଜଣାପଡ଼ିନି । ପୁଲିସ ଘଟଣାର ତଦନ୍ତ କରୁଛି । ଏନେଇ ମୃତା ଡାକ୍ତରୀ ଛାତ୍ରୀଙ୍କ ଭଉଣୀ କହିଛନ୍ତି, ଗତ ରାତି ୧୨ଟାରେ ଫୋନ୍‌ କରି ଆମ ଭଉଣୀ ନାହିଁ ବୋଲି କହିଥିଲେ। ସେଠାରେ ପହଞ୍ଚିଲା ବେଳକୁ ପୁଲିସ୍‌ ଫୋର୍ସ ସେଠାରେ ପହଞ୍ଚି ସାରିଥିଲା। ଆମ ଭଉଣୀ ଗୋଡ଼ ତଳେ ଆଣ୍ଠୁ ମାଡ଼ି ବସିଥିବା ବେଳେ ବେକରେ ଗ୍ରୀନ କଲର ଷ୍ଟଲ ବନ୍ଧା ଯାଇଥିଲା । ଆଣ୍ଠୁ ମାଡ଼ି ବସି ବେକରେ ଫାଶ ଗୁଡ଼ାଇ ସୁଇସାଇଡ କରିବା ଅସମ୍ଭବ। ଆମ ଭଉଣୀକୁ ସଙ୍ଗେ ସଙ୍ଗେ ନେଇ ମେଡିକାଲରେ ଚିକିତ୍ସା ଆରମ୍ଭ କରିଥିଲେ ହୁଏତ ସେ ବଞ୍ଚି ଯାଇଥାନ୍ତା। ହେଲେ ସେମାନେ ସେଠାରେ ତାକୁ ପକାଇ ସମୟ ନଷ୍ଟ କଲେ। ଫଳରେ ଆମ ଭଉଣୀ ଚାଲିଗଲା। ସେହିପରି ମୃତାଙ୍କ ବାପା ମଧ୍ୟ ଝିଅକୁ ହତ୍ୟା କରାଯାଇଥିବା ସନ୍ଦେହ କରି ପୁଲିସ୍‌ ଘଟଣାର ତଦନ୍ତ କରୁ ବୋଲି ଦାବି କରିଛନ୍ତି। ଏବେ ପରିବାର ଲୋକଙ୍କ ନିକଟରେ ମୃତ ଛାତ୍ରୀଙ୍କ ମୋବାଇଲ୍ ଫୋନ୍‌ ଅଛି। ଏନେଇ କଲେଜ ଡିନ୍‌ ଡ. ସବିତା ମହାପାତ୍ର କହିଛନ୍ତି, ଗତ ରାତି ପ୍ରାୟ ୧୧ଟା୪୫ରେ ଖବର ପାଇ ସଙ୍ଗେସଙ୍ଗେ ସେଠାକୁ ଯାଇଥିଲି। ବିଭିନ୍ନ ବିଭାଗର ପ୍ରଫେସନ ମଧ୍ୟ ସେଠାରେ ପହଞ୍ଚିଥିଲେ। ସମସ୍ତେ ପରୀକ୍ଷା କରିବା ପରେ ତାକୁ ମୃତ ଘୋଷଣା କରାଗଲା। ଅଚାନକ ଏପରି ଘଟଣା ଆମକୁ ଖୁବ୍‌ ଝଟକା ଦେଇଛି । ଛାତ୍ରୀଙ୍କ ରୁମ୍‌ରୁ କିଛି କେମିକାଲର ଗନ୍ଧ ଆସୁଥିଲା। ଏସବୁ ରହସ୍ୟଜନକ ଲାଗୁଛି, ପୋଲିସ ତଦନ୍ତ କରି ସତ୍ୟାସତ୍ୟ ବାହାର କରୁ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!