ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଏସ୍ଟିଏଫ ଜାଲରେ ପୁଣି ପଡିଲେ ବାଘଛାଲ ବୋପାରୀ। କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଞ୍ଚଳର ସିପ୍ତିଗୁଡା ଗାଁରେ ଡିଲ୍ ଚାଲିଥିବା ବେଳେ ଅଚାନକ ଚଢାଉ ଧରିଲା ଏସ୍ଟିଏଫ୍ ଟିମ୍ । ବାଲିଗୁଡା ବନ ବିଭାଗ ଅଧିକାରୀଙ୍କ ସହାୟତାରେ ଚଢାଉ କରିଥିଲା ଏସ୍ଟିଏଫ୍ ଧରିବା ସଫଳ ହୋଇଛି। ତାଙ୍କ ନିକଟରୁ ଗୋଟିଏ କଳରାପତିଆ ବାଘ ଛାଲ ଜବତ କରଯାଇଛି। ବାଲିଗୁଡା ହାଟପଦା ସାହିର ବିଦ୍ୟାଧର ନାୟକ ଗିରଫ କରାଯାଇଛି। ଓ୍ବାଇଲ୍ ଲାଇଫ ଧାରା ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ଚାଲିଛି। ସୂଚନା ମୁତାବିକ, ଗତ ବର୍ଷକମଧ୍ୟରେ ଏସ୍ଟିଏଫ୍ ୧୬ଟି ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୪ଟି ଜୀବନ୍ତ ବଜ୍ରକାପ୍ତା ଏବଂ ୧୫ କେଜି ବଜ୍ରକାପ୍ତା କାତି ଜବତ କରିବା ସହ ୩୩ ଜଣ ଅପରାଧୀଙ୍କୁ ଗିରଫ କରିଛି ।






