ପାଟନା, (ବାଘୁଆବାର୍ତ୍ତା): ସ୍ୱପ୍ନ ଥିବା ଆଇଏଏସ୍ ଅଫିସର ହେବା । ଆଉ ନିଜର ସ୍ୱପ୍ନକୁ ସାକାର କରିବା । ସେଥିପାଇଁ ଏହି ଯୁବକ ଜଣଙ୍କ ୟୁପିଏସ୍ସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । କିନ୍ତୁ ଘରର ଆର୍ଥିକ ସ୍ଥିତି ତାଙ୍କୁ ଅନ୍ୟ ଆଡ଼କୁ ବାଟ କଢ଼େଇ ନେଲା । ସେ ହୋଇ ଗଲେ ଜଣେ ଏଟିଏମ୍ କାର୍ଡ କ୍ଲୋନର । ଏଟିଏସମ୍ କାର୍ଡ କ୍ଲୋନ୍ କରି ସେ ଟଙ୍କା ବାହାର କରିବାର ଚେଷ୍ଟା କରୁଥିଲେ। ପୁଲିସ୍ ତାଙ୍କୁ ରଙ୍ଗେ ହାତରେ ଧରି ପଚାରିବା ବେଳେ ସବୁ କଥା କହିଥିଲେ ଏହି ଯୁବକ । ପାଟନାର କଙ୍କଡ଼ବାଗ ଥାନା ଅଞ୍ଚଳକୁ ଏହି ଖବର ସାମନାକୁ ଆସିଛି । ପୁଲିସ୍ ମୁତାବକ, ଅଭିଯୁକ୍ତଙ୍କର ପିତା ଜଣେ କୃଷକ । ଅଭିଯୁକ୍ତ ନିଜର ପ୍ରେମିକାଙ୍କୁ ଇମ୍ପ୍ରେସ୍ କରିବା ଓ ଭଉଣୀର ବିବାହ କରିବାକୁ ଖୁବ୍ ଶୀଘ୍ର ଅଧିକ ଅର୍ଥ ସଂଗ୍ରହ କରିବାକୁ ଚାହୁଁଥିଲା । ଏଣୁ ଅର୍ଥ ରୋଜଗାରର ସହଜ ଉପାୟ ଆପଣାଇ ଥିଲା । ଏଥିପାଇଁ ସେ ଏଟିଏମ୍ କାର୍ଡକୁ କ୍ଲୋନ୍ କରିବାର ରାସ୍ତା ବାଛି ନେଇଥିଲେ । ୟୁଟ୍ୟୁବ୍ରୁ ସବୁ ସୂଚନା ଜାଣିବା ପରେ ସେ କ୍ଲୋନ୍ କରିବାରେ ବ୍ୟବହୃତ ସବୁ ଡିଭାଇସ୍ ଅନ୍ଲାଇନ୍ କିଣିଥିଲା । ପୁଲିସ୍ ଜେରା ବେଳେ ସେ କହିଛି କି ୧୧ ହଜାର ଟଙ୍କାରେ ଇଣ୍ଡିଆମାର୍ଟରୁ ଅନ୍ଲାଇନ୍ ଡିଭାଇସ୍ କିଣିଥିଲା । ସେ କ୍ଲୋନିଂ ଷ୍ଟ୍ରିମର ଡିଭାଇସ୍କୁ ଏଟିଏମ୍ ମେସିନ୍ରେ ଲଗେଇ ଟଙ୍କା ବାହାର କରୁଥିବା ଗ୍ରାହକଙ୍କର ଏଟିଏମ୍ ପିନ୍ ନମ୍ୱର ଦେଖିନେଉଥିଲା । ଏହାପରେ ଘରକୁ ଆସି ଡାଟାର କ୍ଲୋନ୍ କରୁଥିଲା , ଏହାପରେ ଫ୍ରଡ୍ କରି ଟଙ୍କା ବାହାର କରୁଥିଲା । ପାଟନାର ସିଟି ଏସ୍ପି ଜିତେନ୍ଦ୍ର କୁମାର କହିଛନ୍ତି କି ପୁଲିସ୍କୁ ଏଟିଏମ୍ ଫର୍ଜରୀର ସୂଚନା ମୁମ୍ୱାଇର ବ୍ୟାଙ୍କ ଅଧିକାରୀଙ୍କ ଦ୍ୱାରା ମିଳିଥିଲା । ଏହାପରେ ଏହି ଏଟିଏମ୍ କ୍ଲୋନିଂ କରି ଟଙ୍କା ବାହାର କରୁଥିବା ରାହୁଲ ଗିରଫ ହୋଇଥିଲା । ଏବେ ପୁଲିସ୍ ତାର ଅନ୍ୟ ସାଥିଙ୍କୁ ଖୋଜୁଛି ।





