ଆନନ୍ଦପୁର, (ବାଘୁଆବାର୍ତ୍ତା): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ସରେଇ ଗ୍ରାମରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଉକ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଓ ପରେ କଟକ ମେଡିକାଲ ପଠାଯାଇଛି। ଘଷିପୁରା ଥାନା ସରେଇ ଗ୍ରାମର ଯୁବକ ଜୟନ୍ତ ସାହୁ ଆଜି ଗାଁ ନିକଟ କୂଶେଇ ନଦୀ ପଠାରେ ଶୈଚ ହୋଇ ଫେରୁଥିବା ସମୟରେ ସେହି ଗାଁର ପ୍ରଶାନ୍ତ ସାହୁ ତାଙ୍କୁ ଏକ କୁରାଢୀରେ ହାଣି ପକାଇଥିଲେ। ଗତକାଲି ପ୍ରଶାନ୍ତଙ୍କ ଘରେ ଗଣ୍ଡଗୋଳକୁ କେନ୍ଦ୍ରକରି ପ୍ରଶାନ୍ତ ନିଜ ବଡଭାଇକୁ ମାରିଥିଲେ। ଏହି ସମୟରେ ଜୟନ୍ତ ସାହୁ ତାଙ୍କୁ ବିରୋଧ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପ୍ରଶାନ୍ତ, ଜୟନ୍ତଙ୍କୁ ଗାଳିଗୁଲଜ କରିବାସହ ମାରିକୁ ଧମକ ଚମକ ଦେଇଥିଲେ। ଆଜି ପ୍ରଶାନ୍ତ ରାଗ ରଖି ଜୟନ୍ତଙ୍କ ଉପରକୁ ଆକ୍ରମଣ କରିଥିବା ଜୟନ୍ତଙ୍କ ମାଆ ଫୁଲମଣୀ ସାହୁ ଅଭିଯୋଗ କରିଛନ୍ତି।






