Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳାଙ୍କ ଠାରୁ ୫ଲକ୍ଷ ଟଙ୍କା ଥିବା ବ୍ୟାଗକୁ ଝାମ୍ପି ନେଇ ଚମ୍ପଟ ମାରିଲେ ଦୁଇ ଦୁର୍ବୃତ୍ତ

by ସଞ୍ଜୟ ସ୍ୱାଇଁ
October 5, 2021
in Crime, State
ମହିଳାଙ୍କ ଠାରୁ  ୫ଲକ୍ଷ ଟଙ୍କା  ଥିବା ବ୍ୟାଗକୁ ଝାମ୍ପି ନେଇ ଚମ୍ପଟ ମାରିଲେ ଦୁଇ ଦୁର୍ବୃତ୍ତ
20
VIEWS
Share on FacebookShare on Twitter

ବୋରିଗୁମ୍ମା, (ବାଘୁଆବାର୍ତ୍ତା): କୋଟପାଡ ସହରରେ ସକ୍ରିୟ ଲୁଟେରା। ଦିନ ଦ୍ୱିପ୍ରହରେ ମହିଳାଙ୍କ ଠାରୁ ୫ଲକ୍ଷ ଟଙ୍କା ଥିବା ବ୍ୟାଗକୁ ଝାମ୍ପି ନେଇ ଚମ୍ପଟ ମାରିଲେ ଦୁଇ ଦୁର୍ବୃତ୍ତ। ମହିଳା ଜଣକ ଟଙ୍କା ବ୍ୟାଗକୁ ରକ୍ଷା କରିବାକୁ ବହୁତ ଚେଷ୍ଟା କରି ରାସ୍ତାରେ ପଡି ଯାଇଥିଲେ ।ରାସ୍ତାରେ ପଡିଯିବାରୁ ଟଙ୍କା ବ୍ୟାଗ ଟି ଛାଡି ଦେଇଥିଲେ ମହିଳା। ମହିଳାଙ୍କ ମୁଣ୍ଡରେ ଆଘାତ ହୋଇଥିବା ବେଳ ତାଙ୍କୁ କୋଟପାଡ ମେଡିକାଲ ରେ ଭର୍ତି କରାଯାଇଛି।ମହିଳା ଜଣକ ହେଲେ କୋଟପାଡ଼ କରଣ ସାହିର ବାସନ୍ତି ପ୍ରଧାନ। ଆଜି ଜୟ ଜଗନ୍ନାଥ ଏସଏଚଜି ଗ୍ରୁପର ଋଣ ଆକାରରେ କୋଟପାଡ଼ ଏସବିଆଇ ଶାଖାରୁ ୫ଲକ୍ଷ ଟଙ୍କା ଉଠାଇ ବ୍ୟାଗରେ ଧରି ଫେରୁଥିଲେ। ଏତିକି ବେଳେ ଲୁଟେରାମାନେ ଏକ ବାଇକରେ ପିଛା କରିଥିଲେ। ସୁନ ସାନ ବାମୁଣ ସାହିରେ ମହିଳାଙ୍କ ଠାରୁ ଟଙ୍କା ବ୍ୟାଗକୁ ଝାମ୍ପି ନେଇ ଚାଲି ଗଲେ ଦୁର୍ବୃତ୍ତ। ଦୁର୍ବୃତ୍ତମାନେ କୋଟପାଡ଼ ସହରରୁ ୫ଲକ୍ଷ ଟଙ୍କା ଲୁଟ କରି ବୋରିଗୁମ୍ମା ପଟେ ବାଇକରେ ଦ୍ରୁତ ଗତିରେ ଆସୁଥିଲେ। ଖବର ପାଇ କୋଟପାଡ଼ ପୋଲିସ ଉକ୍ତ ଲୁଟେରାଙ୍କୁ ଧରିବା ପାଇଁ ସେମାନଙ୍କ ଗାଡ଼ିକୁ ୬୩ ନମ୍ବର ଜାତୀୟ ରାଜପଥରେ ୧୫ ରୁ ୨୦ କିମି ପର୍ୟ୍ୟନ୍ତ ପିଛା କରିଥିଲେ।ପଛପଟେ ପୋଲିସ ଗାଡିକୁ ଦେଖି ନୂଆଗାଁ ଠାରୁ ଏକ ସରୁ କେନାଲ ରାସ୍ତାରେ ଯାଇଥିଲେ। ପୋଲିସ ଉକ୍ତ ଦୁର୍ବୃତ୍ତଙ୍କୁ ଧରିବା କୁ ଯିବା ବେଳେ ପୋଲିସ ଗାଡିଟି ରାସ୍ତାରେ ଓଲଟି ପଡିଥିଲା । ଗାଡି ଓଲଟିବା କାରଣରୁ କୋଟପାଡ଼ ଥାନା ଅଧିକାରୀ ଶେଷ ଦେବ ବେହେରା ଗୁରୁତର ହୋଇଥିବା ଜଣାପଡିଛି। ତାଙ୍କୁ ପ୍ରଥମେ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଅଣ୍ଟା ରେ ଆଘାତ କାରଣରୁ ତାଙ୍କୁ ଜୟପୁର ଜିଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଘଟଣା ସ୍ଥଳରେ ପୋଲିସ ଗାଡି ପଡି ରହିଛି। ଦୁର୍ବୃତ୍ତ ମାନେ ଟଙ୍କା ଲୁଟ କରିବା ସମୟର ସମସ୍ତ ଦୃଶ୍ୟ ସିସି ଫୁଟେଜ ରେ କଏଦ ହୋଇଥିବା ଜଣାପଡିଛି। ସେପଟେ କୋଟପାଡ ଓ ବୋରିଗୁମ୍ମା ପୋଲିସ ୬୩ ନମ୍ବର ଜାତୀୟ ରାଜପଥ ର ଅନେକ ଛକ ରେ ନାକ ବନ୍ଦୀ କରି ଯାଞ୍ଚ କରା ଯାଉଥିବା ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝୀ କହିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!