Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧୁକ ଡିଲ୍‌ ବେଳେ ୪ ଅଭିଯୁକ୍ତ ଗିରଫ, ଏଥିରେ ଜଣେ ଅଛନ୍ତି ଆଲ୍‌ବମ୍‌ ନିର୍ଦ୍ଦେଶକ

by ସଞ୍ଜୟ ସ୍ୱାଇଁ
October 5, 2021
in Crime, State
ବନ୍ଧୁକ ଡିଲ୍‌ ବେଳେ ୪ ଅଭିଯୁକ୍ତ ଗିରଫ, ଏଥିରେ ଜଣେ ଅଛନ୍ତି ଆଲ୍‌ବମ୍‌ ନିର୍ଦ୍ଦେଶକ
121
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ବନ୍ଧୁକ ଡିଲ୍‌ ବେଳେ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏଥିରେ ଜଣେ ଅଛନ୍ତି ଓଲିଉଡ୍‌ର ଜଣେ ଆଗ ଧାଡ଼ିର ଆଲବମ୍‌ ନିର୍ଦ୍ଦେଶକ। କମିଶନରେଟ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ୩ଟି ବନ୍ଧୁକ ଓ ୧୬ ରାଉଣ୍ଡ ଗୁଳି ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ। ଡିସିପି ପ୍ରତୀକ ସିଂଙ୍କ କହିବା ଅନୁସାରେ ଝାଞ୍ଜିରି ମଙ୍ଗଳା ଅଞ୍ଚଳରେ ଜ୍ଞାନରଞ୍ଜନ ନାମକ ଜଣେ ବ୍ୟକ୍ତି ସନ୍ଦେହ ଜନକ ଭାବେ ଘୂରି ବୁଲୁଥିଲେ। ବାଦାମବାଡ଼ି ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ସେହି ସମୟରେ ପୁଲିସ ତା’ଠାରୁ ଗୋଟିଏ ବନ୍ଧୁକ ଜବତ କରିଥିଲା। ଜେରା ବେଳେ ସେ ପ୍ରକାଶ ରାଉତ ଓରଫ ପପୁଠାରୁ ବନ୍ଧୁକ କିଣିଥିବା କହିଥିଲା। ଏହା ପରେ ପୁଲିସ ପପୁକୁ ଗିରଫ କରିଥିଲା। ତା’ଠାରୁ ପୁଲିସ ମାରଣାସ୍ତ୍ର ଜବତ କରିଥିଲା। ଏଥିସହ ସେ ପ୍ରମୋଦ କୁମାର ରାଉତ ଓ ସୁଶାନ୍ତ ପରିଡ଼ାଙ୍କୁ ବନ୍ଧୁକ ବିକ୍ରି କରିଥିବା ଜଣାପଡ଼ିଥିଲା। ପୁଲିସ ଉଭୟଙ୍କୁ ଗିରଫ କରିବା ସହିତ ଦୁଇ ବନ୍ଧୁକ ଜବତ କରିଛି। ପୂଜା ସମୟରେ ଦାଦାବଟି ଓ ଦାଦାଗିରି କରିବା ପାଇଁ ବନ୍ଧୁକ କିଣିଥିବା ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ବହୁ ମାମଲା ରହିଛି। ଜ୍ଞାନରଞ୍ଜନ ନାଁରେ ୭ଟି, ପପୁ ନାଁରେ ୫ଟି, ସୁଶାନ୍ତ ପରିଡ଼ା ନାଁରେ ୨ ଲେଖାଏଁ ମାମଲା ଥିବା ଡିସିପି କହିଛନ୍ତି। ପପୁ ବହୁବାର ମାରଣାସ୍ତ୍ର ବିକ୍ରି ଅଭିଯୋଗରେ ଜେଲ୍‌ ଯାଇଥିବା ଜଣାପଡ଼ିଛି। ସୂଚନାରୁ ପ୍ରକାଶ, ପାର୍ବଣ ଋତୁ ଆସିଥିଲେ ଦୁର୍ଦ୍ଦାନ୍ତ ଅପରାଧୀମାନେ ବେଶୀ ସକ୍ରିୟ ହୋଇ ଉଠନ୍ତି। ମାରଣାସ୍ତ୍ର ଦେଖାଇ ଦୋକାନୀ, ଥିଲାବାଲା ଲୋକଙ୍କୁ ଚାନ୍ଦା ମାଗନ୍ତି। ଏହା ବିରୋଧରେ କଠୋର ହୋଇଛନ୍ତି। ରାଜ୍ୟ ସରକାର। ଚାନ୍ଦା ମାଗୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ସରକାର। ଦରକାର ପଡ଼ିଲେ ଗିରଫ କରି ଜେଲ୍‌ ମଧ୍ୟ ପଠାଉଛି ପୁଲିସ। କିଛି ଦିନ ତଳେ ଚାନ୍ଦା ମାଗିବା ଅଭିଯୋଗରେ କଟକରେ ୨ ଜଣ ଯୁବକ ଜେଲ୍‌ ଯାଇଥିବାର ନଜିର ରହିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!