ଭୁବନେଶ୍ବର, (ବାଘୁଆବାର୍ତ୍ତା): ପୁଣି ବନ୍ଧାହେଲେ ୱେବ୍ ଚ୍ୟାନେଲ ସାମ୍ବାଦିକ । ୱେବ୍ ଚ୍ୟାନେଲର ଦୁଇ ଜଣ ସାମ୍ବାଦିକଙ୍କୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୋଲିସ । ୱେବ୍ ଚ୍ୟାନେଲ ‘ପରିବର୍ତ୍ତନ’ର ନିର୍ଦ୍ଦେଶକଙ୍କ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ବିଭିନ୍ନ ଆଳରେ ଲୋକଙ୍କୁ ଟଙ୍କା ପାଇଁ ଧମକ ଚକମ ଦେଉଥିଲେ । ଟଙ୍କା ନଦେଲେ ଖବର କରିବାକୁ ଧମକ ଦେଉଥିଲେ ଉଭୟ । ଅଭିଯୋଗ ଆଧାରରେ ଉଭୟଙ୍କୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୋଲିସ । ଏ ନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।






