Sunday, July 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଇକ୍‌ ଲୋଭରେ ପଥରରେ ଛେଚି ଛେଚି ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

by ସଞ୍ଜୟ ସ୍ୱାଇଁ
October 5, 2021
in Crime, State
ବାଇକ୍‌ ଲୋଭରେ ପଥରରେ ଛେଚି ଛେଚି ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ
534
VIEWS
Share on FacebookShare on Twitter

ଝାରସୁଗୁଡ଼ା, (ବାଘୁଆବାର୍ତ୍ତା): ସଂସାରକୁ ଛାରଖାର କଲା ବାଇକ୍‌ ଲୋଭ । ୩ ବର୍ଷ ତଳେ ଗଢ଼ିଥିବା ସଂସାରରେ ନିଜେ ନିଆଁ ଲଗାଇଦେଲେ ସ୍ୱାମୀ। ବାଇକ୍‌ ଆଣିବାକୁ ସବୁବେଳେ ସ୍ତ୍ରୀ ଉପରେ ଅତ୍ୟାଚାର କରୁଥିବା ସ୍ୱାମୀ ଶେଷରେ ଗାଁ ଦାଣ୍ଡରେ ପଥରରେ ଛେଚି ଛେଚି ସ୍ତ୍ରୀର ଜୀବନ ନେଇଗଲା। ଏପରି ଅଭାବନୀୟ ଘଟଣା ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଗୁଛାପାଲି ଗାଁରେ ଘଟିଛି। ମୃତା ମହିଳା ହେଲେ ସୁନୀତା ଡନସେନା । ପୁଲିସ୍‌ ତାଙ୍କ ସ୍ୱାମୀ ତଥା ଅଭିଯୁକ୍ତ ରମେଶ ଡନସେନାଙ୍କୁ ଅଟକ ରଖିଛି। ମୃତା ମହିଳାଙ୍କ ବାପା ସମ୍ବଲପୁର ଜିଲ୍ଲା ସିନ୍ଦୁରପଙ୍କ ଥାନା ଅନ୍ତର୍ଗତ ଦଣ୍ଡେଇପାଲି ଗାଁର ଜୀବର୍ଦ୍ଧନ ବେହେରା ଏନେଇ କୋଲାବିରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସୁନୀତା ୩ ବର୍ଷ ପୂର୍ବେ ଗୁଛାପାଲି ଗାଁର ରମେଶ ଡନସେନାଙ୍କୁ ବିବାହ କରିଥିଲେ। ବିବାହ ପରେ କିଛି ଦିନ ଉଭୟଙ୍କ ସଂସାର ଠିକ୍‌ଠାକ୍‌ ଚାଲିଥିଲା। ଏହାପରେ ଏକ ବାଇକ୍‌ ବାପ ଘରୁ ଆଣିବାକୁ ଜିଦ ଧରି ସବୁବେଳେ ସୁନୀତାଙ୍କ ଉପରେ ଅତ୍ୟାଚାର କରୁଥିଲେ ରମେଶ। ହେଲେ ଗତକାଲି ସବୁ ସୀମା ଟପିଗଲା ରମେଶଙ୍କ ବର୍ବରତା। ଗତକାଲି ସନ୍ଧ୍ୟା ବେଳେ ନିଶାଗ୍ରସ୍ତ ଅବସ୍ଥାରେ ରମେଶ ଘରକୁ ଫେରିବା ପରେ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ରମେଶ ଗାଁ ଦାଣ୍ଡରେ ଏକ ପଥରରେ ଛେଚି ଛେଚି ସୁନୀତାଙ୍କୁ ହତ୍ୟା କଲେ। ଗାଁ ଲୋକେ ହତ୍ୟାକାରୀ ସ୍ୱାମୀକୁ ବାନ୍ଧି ପୁଲିସକୁ ଖବର ଦେଇଥିଲେ।। ପୁଲିସ୍‌ ଶବକୁ ଜବତ କରି ଅଭିଯୁକ୍ତଙ୍କୁ ଅଟକ ରଖିଛି । ଆଜି ସନ୍ଧାନୀ ଟିମ୍‌ ପହଞ୍ଚି ଅଧିକ ତଦନ୍ତ କରିବ ବୋଲି ପୁଲିସ୍‌ କହିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!