ପାଟଣା, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟ ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସରେ ଲୁଟ୍ । ମୋବାଇଲ ଦୋକାନର ପଛ ପଟ କାନ୍ଥ କଣା କରି ଲକ୍ଷାଧିକ ଟଙ୍କାର ମୋବାଇଲ ଓ ସରଞ୍ଜାମ ଲୁଟିନେଲେ ଦୁର୍ବୃତ୍ତ୍ । ଥାନା ଠାରୁ ମାତ୍ର ୨୦୦ ମିଟର ଦୁରରେ ଥିବା ଏହି ମୋବାଇଲ ଦୋକାନରୁ ଲୁଟା ହୋଇଛି । ଦୋକାନ ଭିତରେ ପଶି ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟି ନେଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ପାଟଣା ଥାନା ଅଞ୍ଚଳରେ ଏବେ ଲୁଟେରା ସକ୍ରିୟ ହୋଇଥିବା ବେଳେ ପୋଲିସ ର ନିଦ ହଜାଇ ଦେଇଛନ୍ତି । ରାତ୍ର କାଳୀନ ପେଟ୍ରୋଲିଂ କଡାକଡି ହେଉନଥିବାରୁ ବିଭିନ୍ନ ଦୋକାନରୁ ଚୋରୀ ଠାରୁ ଆରମ୍ଭ କରି ଲୁଟ ହେଉଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି । ପାଟଣା ଥାନା ଅଞ୍ଚଳରେ ପୂର୍ବରୁ ଚୋରୀ ସହ ଲୁଟ ହୋଇଥିଲେ ମଧ୍ୟ ଏ ପର୍ୟ୍ୟନ୍ତ ଲୁଟେରାଙ୍କୁ ଧରିବା ରେ ପାଟଣା ପୋଲିସ ସକ୍ଷମ ହୋଇନାହିଁ ଯାହା କି ପୋଲିସ ର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।






