Sunday, July 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୦ରୁ ଅଧିକ ମୁଖା ପିନ୍ଧା ଡକାୟତ ଏକ ବୋଲେରୋରେ ଆସି ବନ୍ଧୁକ ଦେଖାଇ ଲୁଟିନେଲେ ୪ ଭରି ସୁନା ଓ ଟଙ୍କା

by ସଞ୍ଜୟ ସ୍ୱାଇଁ
October 4, 2021
in Crime, State
୧୦ରୁ ଅଧିକ ମୁଖା ପିନ୍ଧା ଡକାୟତ ଏକ ବୋଲେରୋରେ ଆସି ବନ୍ଧୁକ ଦେଖାଇ ଲୁଟିନେଲେ ୪ ଭରି ସୁନା ଓ ଟଙ୍କା
203
VIEWS
Share on FacebookShare on Twitter

କଣ୍ଟାବାଞ୍ଜି, (ବାଘୁଆବାର୍ତ୍ତା): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଖୁଟୁଲୁମୁଣ୍ଡା ଗାଁରେ ବିଳମ୍ବିତ ରାତିରେ ବଡ ଧରଣର ଡକାୟତି । ୧୦ରୁ ଅଧିକ ମୁଖା ପିନ୍ଧା ଡକାୟତ ଏକ ବୋଲେରୋରେ ଆସି ଖୁଟୁଲୁମୁଣ୍ଡା ଯୌବନ ବାଗଙ୍କ ଘରେ ପଶି ନଗତ ୧୦ ହଜାର ଓ ୪ ଭରି ସୁନା ଲୁଟି ନେଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ । କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯୌବନ ବାଗଙ୍କ କହିବା ଅନୁସାରେ, ରବିବାର ବିଳମ୍ବିତ ରାତିରେ ଏକ ବୋଲେରୋରେ ୧୦ରୁ ଅଧିକ ମୁଖା ପିନ୍ଧା ଡକାୟତି ଆସିଥିଲେ । ସେମାନେ ପ୍ରଥମେ ଘରର ମୁଖ୍ୟ ଗେଟ୍ ରେ ଲାଗିଥିବା ତାଲାକୁ ଭାଙ୍ଗିଥିଲେ । ହାତରେ ଧାରୁଆ ମାରଣାସ୍ତ୍ର ଧରି ଘର ଲୋକଙ୍କୁ ଭୟଭୀତ କରି ଟଙ୍କା ଓ ସୁନା ନେଇ ଯାଇଥିଲେ । ଡକାୟତିର ଶିକାର ହୋଇଥିବା ଲୋକ ପୋଲିସକୁ ଖବର ଦେଇଦେବେ ବୋଲି ଭାବି ଡକାୟତମାନେ ସମସ୍ତଙ୍କ ଫୋନ୍ ମଧ୍ୟ ନେଇ ଯାଇଥିଲେ । କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!