କଟକ, (ବାଘୁଆବାର୍ତ୍ତା): କମିଶନରେଟ ପୁଲିସ ଟାର୍ଗେଟରେ ଲୁଟେରା ଗ୍ୟାଙ୍ଗ । ଗତକାଲି ସଦର ଅଞ୍ଚଳରୁ ଦୁଇ ହାର୍ଡକୋର ହାଇୱେ ଲୁଟେରା ଗିରଫ ହୋଇଥିଲା ବେଳେ ଶନିବାର ମର୍କତ ନଗର ଥାନା ହ୍ୟାଣ୍ଡକପରେ ଲୁଟେରା କିଙ୍ଗ ସନ୍ତୋଷ ନାୟକ ଓ ଦୁଇ ସାଥି ଧରାପଡିଛନ୍ତି। ଖବର ଅନୁସାରେ ୨୮ ତାରିଖରେ ସିଡିଏ ଅଞ୍ଚଳରେ ସକାଳ ସମୟରେ ଜ୍ୟୋତିର୍ମୁୟୀ ମଲିକଙ୍କ ଶାଶୁ ପ୍ରାତଃ ଭ୍ରମଣ କରୁଥିବା ବେଳେ ଏକ ବାଇକରେ ଆସି ସନ୍ତୋଷ ଓ ତାର ସାଥି ଉକ୍ତ ମହିଳାଙ୍କଠୁ ଲୁଟି ଫେରାର ହୋଇଥିଲେ । ଏନେଇ ସ୍ଥାନୀୟ ଥାନାରେ ମାମଲା ହେଲା ପରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ । ତେବେ ଶନିବାର ଦିନ ସନ୍ତୋଷ ଓ ତାର ଦୁଇ ସାଥି ଭାଗିରଥି ସାହୁ, ଆଲୋକ ନାୟକକୁ ଗିରଫ କରିଛି ମର୍କତ ନଗର ଥାନା ପୁଲିସ । ଗିରଫ ସମୟରେ ହଜାର ହଜାର ଟଙ୍କା, ଦାମୀ ମୋବାଇଲ ଓ ସୁନା ଚେନ ଜବତ କରିଛି ପୁଲିସ ।






