ଭୁବନେଶ୍ବର, (ବାଘୁଆବାର୍ତ୍ତା): କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଓମ୍ ପ୍ରକାଶ ଭରାବତ ଗିରଫ ହୋଇଛନ୍ତି । ଓମ୍ ପ୍ରକାଶକୁ ଭୋପାଳରୁ ଗିରଫ କଲା କମିଶନରେଟ୍ ପୋଲିସ । ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରେ ଅଫିସ୍ ଖୋଲି ଲୋକଙ୍କୁ ଲୁଟୁଥିଲେ ଓମ୍ ପ୍ରକାଶ । ଲକ୍ଷେ ଟଙ୍କା ବିନିଯୋଗ କଲେ ୨୫ ପ୍ରତିଶତ ସୁଧ ଦେବାର ପ୍ରଲୋଭନ ଦେଖାଉଥିଲେ ଅଭିଯୁକ୍ତ । ଲୋକଙ୍କଠାରୁ ମୋଟ୍ ୨ କୋଟି ୪୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।






