Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପରକୀୟା ପ୍ରୀତି, ତ୍ରିକୋଣୀୟ ପ୍ରେମରୁ ଘଟୁଛି ଜଘନ୍ୟ ଅପରାଧ

by ସଞ୍ଜୟ ସ୍ୱାଇଁ
October 2, 2021
in Crime, State
ପରକୀୟା ପ୍ରୀତି, ତ୍ରିକୋଣୀୟ ପ୍ରେମରୁ ଘଟୁଛି ଜଘନ୍ୟ ଅପରାଧ
142
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା):  ସାତଜନ୍ମର ବନ୍ଧନ ହେଉଛି ବିବାହ । ସେହିପରି ପ୍ରେମ ଶାଶ୍ୱତ ଆଉ ଚିରନ୍ତନ । ପ୍ରେମ ପାଇଁ ଜୀବନ ଦେବାର ବି ଉଦାହରଣ ଅଛି । କିନ୍ତୁ ପ୍ରେମ ଓ ବୈବାହିକ ସମ୍ପର୍କ ଏବେ ବଦଳିବାରେ ଲାଗିଛି । ପରକୀୟା ପ୍ରୀତି, ତ୍ରିକୋଣୀୟ ପ୍ରେମରୁ ଘଟୁଛି ଜଘନ୍ୟ ଅପରାଧ । କମିଶନରେଟ୍‌ ପୁଲିସ ରିପୋର୍ଟ ଅନୁସାରେ, ତ୍ରିକୋଣୀୟ ପ୍ରେମ ଓ ପରକୀୟା ପ୍ରୀତି ଯୋଗୁଁ ଏବର୍ଷ ଆରମ୍ଭରୁ ଏଯାଏଁ ୫ଟି ହତ୍ୟାକାଣ୍ଡ ଘଟିଛି । ୨୦୨୧ ବର୍ଷ ଆରମ୍ଭରୁ ଝରାଫୁଲଠୁ ଆରମ୍ଭ କରି ମହାବୀର ବସ୍ତିରେ ଗୀତା ସେଠୀଙ୍କ ହତ୍ୟା ହୋଇଛି । ଏହା ପଛରେ ପରକୀୟା ପ୍ରୀତି, ପ୍ରେମରେ ଝଗଡ଼ା ଥିବା ପୁଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି । ଏନ୍‌ସିଆର୍‌ବି ରିପୋର୍ଟ କହୁଛି, ସାରା ରାଜ୍ୟରେ ୨୦୨୦ରେ ପ୍ରେମଜନିତ ୫୯ଟି ହତ୍ୟାକାଣ୍ଡ ଘଟିଥିଲା । ୨୦୧୯ରେ ୫୨ଟି, ୨୦୧୮ରେ ୩୮ଟି ଓ ୨୦୧୭ରେ ୫୪ଟି ହତ୍ୟାକାଣ୍ଡ ଘଟିଛି । ସମ୍‌ ହସ୍ପିଟାଲ ପ୍ରଫେସର ଡା. ସୁଭେନ୍ଦୁ ନାରାୟଣ ମିଶ୍ର (ମାନସିକ ରୋଗ ବିଶେଷଜ୍ଞ) କହିଛନ୍ତି, ପ୍ରେମ କିମ୍ବା ବୈବାହିକ ସମ୍ପର୍କରେ ବିଚ୍ଛେଦ, ତୃତୀୟ ବ୍ୟକ୍ତିର ପ୍ରବେଶ ହେଲେ ଏହା ଅବସାଦକୁ ଟାଣି ଆଣିଥାଏ । ଏଭଳି ପୀଡ଼ିତ କେହି ନିଶା ଖାଉଥିଲେ, ଅଧିକ ନିଶାଖୋର ହୁଏ । ନଚେତ୍‌ ହିତାହିତ ଜ୍ଞାନ ହରାଇ କିଛି ଅପରାଧ ଘଟାଇଥାଏ । ଏମିତି ସ୍ଥିତିରେ ପରିବାର କିମ୍ବା ନିବିଡ଼ ସଂପର୍କ ଥିବା ଲୋକଙ୍କୁ ନିଜ ସମସ୍ୟା ଜଣାନ୍ତୁ । ଅବସାଦରୁ ହଟିବା ପାଇଁ ମନସ୍ତତ୍ତ୍ୱବିତ୍‌ଙ୍କ କାଉନ୍‌ସିଲିଂ ନିହାତି ଜରୁରି । ସମାଜସେବୀ ତଥା ଆଇଏସ୍‌ଡି ନିର୍ଦ୍ଦେଶିକା ସୁଭଶ୍ରୀ ଦାଶଙ୍କ କହିବା ମୁତାବକ, ଅଧିକାଂଶ ମହିଳାଙ୍କ ଉପରେ ଏଭଳି ହିଂସା ଘଟେ । କିନ୍ତୁ ଲୋକ ଲଜ୍ଜା ପାଇଁ ଅନେକ ଘଟଣା ପରିବାରରେ ଚପିଯାଏ । ସ୍ୱାମୀ-ସ୍ତ୍ରୀ କିମ୍ବା ପ୍ରେମୀ ଯୁଗଳଙ୍କ ମଧ୍ୟରେ ଅବିଶ୍ୱାସ ଓ ସହନଶୀଳତାର ଅଭାବ ଯୋଗୁଁ ସମ୍ପର୍କରେ ଫାଟ ହୁଏ । ମିଛ ସମ୍ପର୍କ ଗଢ଼ନ୍ତୁନି । ସୋସିଆଲ୍‌ ମିଡିଆ ପ୍ରତି ସତର୍କ ରୁହନ୍ତୁ । କୌଣସି ଅଘଟଣ ପୂର୍ବରୁ ନିଜକୁ ସମ୍ଭାଳନ୍ତୁ । ନିଜ ମାନସିକ ସ୍ଥିତିକୁ ବଦଳାଇ ମହିଳା ସହଯୋଗ କେନ୍ଦ୍ର ‘ମାଧ୍ୟମ’ର ସହଯୋଗ ନିଅନ୍ତୁ । କିଛି ଚର୍ଚ୍ଚିତ ଘଟଣାବଳୀ – 
• ଚଳିତ ବର୍ଷ ଜାନୁଆରୀ ୨୭ରେ ସାରା ରାଜ୍ୟରେ ଚହଳ ପକାଇଥିଲା ଝରାଫୁଲ ହତ୍ୟାକାଣ୍ଡ । ସୁନ୍ଦରପଦାର ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ ତାଙ୍କୁ ଖଣ୍ଡଗିରିର ଏକ ‘ଓୟୋ’ ରୁମ୍‌ରେ ରଖିଥିଲା । ଝରାଫୁଲକୁ ସେଠାରେ ତଣ୍ଟିଚିପି ହତ୍ୟା କରିଥିଲା ରାଜେଶ । ଏହାପରେ ଜଣେ ସହଯୋଗୀ ସହ ଝରାଫୁଲର ମୃତଦେହକୁ ସ୍କୁଟିରେ ନେଇ ଯାଜପୁର ଧର୍ମଶାଳା ଅଞ୍ଚଳରେ ଫୋପାଡ଼ି ଦେଇଥିଲେ । ୪୦ ହଜାର ଉଧାର ଟଙ୍କା ମାଗିବାରୁ ରାଜେଶ ପ୍ରେମିକା ଝରାଫୁଲକୁ ହତ୍ୟା କରିଥିବା ପୁଲିସକୁ ଜଣାଇଥିଲା ।
• ଫେବୃଆରୀ ୪ରେ ଚନ୍ଦକାର ଅନ୍ଧାରୁଆ-ଦାସପୁର ରାସ୍ତାରୁ ପୁଷ୍ପଲତାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା । ଏହାକୁ ନେଇ କମିଶନରେଟ ପୁଲିସର ମୁଣ୍ଡ ବିନ୍ଧିଥିଲା । ସପ୍ତାହେ ପରେ ଏହି ହତ୍ୟା ପଛର ରହସ୍ୟ ପଦାକୁ ଆସିଲା । ହତ୍ୟା ଅଭିଯୁକ୍ତ ତଥା ପ୍ରେମିକ ଅଙ୍ଗଦ ଓ ସହଯୋଗକାରୀଙ୍କୁ ପୁଲିସ୍‌ ବାନ୍ଧିଲା । ପରକୀୟା ପ୍ରୀତି ହତ୍ୟା ପଛର କାରଣ ବୋଲି ପୁଲିସ ଦର୍ଶାଇଥିଲା ।
• ମାର୍ଚ୍ଚ ୨୪ରେ ଭୀମଟାଙ୍ଗୀ ହାଉସିଂ ବୋର୍ଡ କଲୋନିର ଭଡ଼ା ଘରେ ରହୁଥିବା ପ୍ରେମିକାଙ୍କୁ ଭେଟିବାକୁ ଆସିଥିଲେ କେନ୍ଦ୍ରାପଡ଼ା ଆଳି ଥାନାର କନଷ୍ଟେବଳ ଅମରେଶ ସାହୁ । ଏକଥା ତାଙ୍କ ସ୍ତ୍ରୀ’ ତଥା ବଡ଼ଗଡ଼ ଥାନା କନ୍‌ଷ୍ଟେବଳ ଭଗବତୀ ନାୟକ କୌଣସି ସୂତ୍ରରୁ ଜାଣି ପାରିଥିଲେ । ଭଗବତୀ ଉକ୍ତ ଭଡ଼ା ଘରେ ପହଞ୍ଚି ତୁମୁଳକାଣ୍ଡ କରିଥିଲେ । ସ୍ୱାମୀଙ୍କୁ ନିର୍ଧୁମ ପିଟିବା ସହ ଘରର ଆସବାବପତ୍ର, କାର୍‌ ଆଦି ଭଙ୍ଗାରୁଜା କରିଥିଲେ ।
• ଗତ ଜୁଲାଇ ୭ରେ ଏୟାରଫିଲ୍ଡ଼ ଥାନା ଭୀମଟାଙ୍ଗି ହାଉସିଂବୋର୍ଡ କଲୋନି ଘରେ ସ୍ୱାମୀ ନଥିବା ବେଳେ ପ୍ରିୟଙ୍କା ପ୍ରିୟଦର୍ଶିିନୀ ସାହୁଙ୍କୁ ଛୁରି ଭୁସି ହତ୍ୟା କରା ଯାଇଥିଲା । ପୂର୍ବ ପ୍ରେମିକ ଜଗନ୍ନାଥ ପ୍ରଧାନ ମଧ୍ୟ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ପଡି଼ଥିଲେ । ପ୍ରେମରେ ବିଫଳ ଜଗନ୍ନାଥ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଘଟାଇଥିଲେ ।
• ସ୍ତ୍ରୀ’ଙ୍କ ଶରୀରରେ ପ୍ରେମିକର ଟାଟୁ (ଚିତାକୁଟା) ଘଟଣା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଥିଲା । ବିବାହ ପରେ ବି ସୋନାଲି ତାଙ୍କ ପୂର୍ବ ପ୍ରେମିକକୁ ଭୁଲି ପାରି ନଥିବା ଏପରି କରିଥିଲେ ବୋଲି ସ୍ୱାମୀ ତଥା କଟକ ବାସିନ୍ଦା ମୋହିତ ଅଭିଯୋଗ ଆଣିଥିଲେ ।
• ଏପ୍ରିଲ ୨୨ରେ ମଞ୍ଚେଶ୍ୱର ପଳାଶୁଣିର ଘରୋଇ ନର୍ସିଂହୋମରେ ପ୍ରେମିକା ପାଇଁ ହଙ୍ଗାମା କରିଥିଲେ ଖୋର୍ଦ୍ଧା ନର୍ସିଂ ହୋମ୍‌ର ମାଲିକ । ପ୍ରେମିକାକୁ ସମସ୍ତଙ୍କ ଆଗରେ ମାଡ଼ ମାରିଥିଲେ । ପ୍ରେମିକା ପାଇଁ ପୁଲିସ୍‌କୁ ବି ଗୋଇଠା ବିଧା ମାରି ଜେଲ୍‌ ଯାଇଥିଲେ । ନର୍ସିଂ ହୋମ୍‌ରୁ ଆରମ୍ଭ ହୋଇଥିବା ପ୍ରେମକୁ ଭୁଲି ନପାରି ମାନସ ଏମିତି କାଣ୍ଡ ଭିଆଇଥିବା ପୁଲିସ କହିଥିଲା ।
• ସେପ୍ଟେମ୍ବର ୭ରେ ରୁଚିକା ମାର୍କେଟ ମହାବୀର ବସ୍ତିରୁ ସନ୍ଧାରାଣୀ ସେଠୀ ଓରଫ୍‌ ଗୀତାଙ୍କ ଗଳିତ ମୃତଦେହ ମିଳିଥିଲା । ତାଙ୍କ ପ୍ରେମିକ ସାଜିଥିବା ସେଖ୍‌ ଫରିଦ୍‌ ଓରଫ କାର୍ତ୍ତିକ ଜେନା ୪ ତାଙ୍କ ତଣ୍ଟି ଚିପି ମାରି ଫେରାର୍‌ ହୋଇ ଯାଇଥିଲେ । ପୂର୍ବରୁ ବିବାହିତ ଫରିଦଙ୍କ ସ୍ତ୍ରୀ ଓ ପ୍ରେମିକାଙ୍କ ଝଗଡ଼ାରୁ ବର୍ତ୍ତିବାକୁ ଏମିତି କାଣ୍ଡ ଭିଆଇଥିଲା।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!