Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତିନିଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ

by ସଞ୍ଜୟ ସ୍ୱାଇଁ
October 2, 2021
in Crime, State
ତିନିଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ
79
VIEWS
Share on FacebookShare on Twitter

ପାଣିକୋଇଲି, (ବାଘୁଆବାର୍ତ୍ତା): ଯାଜପୁର ଜିଲ୍ଲା ପାଣିକୋଇଲି ପୁଲିସ ଆଜି ତିନିଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଶିଖରପୁର ସୁଦର୍ଶନ ଜେନା (୩୨), କ୍ରେତା କୁଆଖିଆ ଥାନା ଗୋପୀନାଥପୁର ଶାସନର ବିକାଶ ସାମଲ ଓରଫ ଭୋଳା (୨୫) ଓ ଧର୍ମଶାଳା ଥାନା ନୂଆପାଳ ଗ୍ରାମର ସୁବାସ ସାମଲ ଓରଫ ଡୋରା (୩୦)। ସେମାନଙ୍କ ନିକଟରୁ ହ୍ୟୁଣ୍ତାଇ କାର (ଓଡି୦୨ ଏୱାଇ ୩୨୯୦ ) ଓ ବାଇକ୍‌ (ଓଡି ୦୫ ଏଲ ୬୧୪୪) ସହ ୫ଟି ମୋବାଇଲ ଫୋନ ଜବତ କରାଯାଇଛି। ୮.୯୦୦ ମିଲିଗ୍ରାମ (୩୨୩ ପୁଡ଼ିଆ) ବ୍ରାଉନ ସୁଗାର ଜବତ ହୋଇଥିବା ପାଣିକୋଇଲି ଥାନାଧିକାରୀ ସୁଶୀଲ କୁମାର ନାୟକଙ୍କଠାରୁ ସୂଚନା ମିଳିଛି। ଯାଜପୁର ଏସ୍‌ପି ରାହୁଲ ପିଆରଙ୍କ ନିର୍ଦେଶକ୍ରମେ ସ୍ବତନ୍ତ୍ର ସ୍କ୍ବାଡ୍‌ ଏହି ବ୍ରାଉନ୍‌ସୁଗାର କାରବାର ଉପରେ ନଜର ରଖିଥିଲା। ଗତ ମଙ୍ଗଳବାର ରାତି ୯ଟା ସମୟରେ ଏକ ହ୍ୟୁଣ୍ତାଇ ଭର୍ନା କାରରେ ସୁଦର୍ଶନ ବ୍ରାଉନସୁଗାର ନେଇ ପାଣିକୋଇଲିରେ ପହଞ୍ଚିଥିଲା। ପୂର୍ବରୁ ଫୋନରେ ଯୋଗାଯୋଗ ମୁତାବକ ବ୍ରାଉନସୁଗାର ନେବାକୁ ଦୁଇଜଣ କ୍ରେତା ବାଇକ୍‌ରେ ଆସି ପାଣିକୋଇଲିରେ ପହଞ୍ଚିଥିଲେ। ବିଶେଷ ସୂତ୍ରରୁ ଖବର ପାଇ ଛକିବସିଥିବା ସ୍ବତନ୍ତ୍ର ସ୍କ୍ବାଡ୍‌ ସହିତ ପାଣିକୋଇଲି ପୁଲିସ ସେହି କାରକୁ ଘେରି ଯାଇଥିଲେ। ପାଣିକୋଇଲି ଛକ ଉପରେ ଏଭଳି ଛକାପଞ୍ଝା ଦେଖି ଉତ୍କଣ୍ଠାବଶତଃ ଲୋକମାନଙ୍କ ଭିଡ଼ ଜମିଯାଇଥିଲା। ଏହାର ସୁଯୋଗ ନେଇ କାର ଡ୍ରାଇଭର ଜଳେଶ୍ବର ଥାନା ବାଘବାଳି ଗ୍ରାମର ରବି ସେଠୀ ଡୋର ଲକ୍ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। କାର ନିକଟରେ ଉପସ୍ଥିତ ଥିବା ବେପାରୀ ଓ ଦୁଇ କ୍ରେତା ପୁଲିସ ହାତରେ ଧରାପଡ଼ିଥିଲେ। ଥାନାରେ ପୁଲିସ ଜେରା କରିବା ପରେ ଦୀର୍ଘଦିନ ହେଲା ଏହି ବେପାର କରୁଛନ୍ତି ବୋଲି ସେମାନେ ସ୍ବୀକାର କରିଥିଲେ। ଏମାନେ ବାଲେଶ୍ବରରୁ ଧଳାଜହର ଆଣି ଯାଜପୁର ଜିଲ୍ଲା ସମେତ କେନ୍ଦ୍ରାପଡ଼ା ଓ ଜଗତସିଂପୁର ଜିଲ୍ଲାରେ ବେପାର କରୁଥିବା ପୁଲିସ ନିକଟରେ ପ୍ରକାଶ କରିଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ କେସ୍‌ ନଂ ୨୫୪/୨୧, ଦଫା ୨୧(ବି)ଏନଡିପିଏସ ଆାକ୍ଟରେ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ପୁଲିସ ପ୍ରୟାସ ଜାରି ରଖିଛି ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!