Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘରୋଇ କଳହରୁ ସ୍ଵାମୀର ରଡ୍ ମାଡରେ ସ୍ତ୍ରୀଙ୍କ ମୃତ୍ୟୁ

by ସଞ୍ଜୟ ସ୍ୱାଇଁ
October 1, 2021
in Crime, State
ଘରୋଇ କଳହରୁ ସ୍ଵାମୀର ରଡ୍ ମାଡରେ ସ୍ତ୍ରୀଙ୍କ ମୃତ୍ୟୁ
42
VIEWS
Share on FacebookShare on Twitter

ବାସୁଦେବପୁର, (ବାଘୁଆବାର୍ତ୍ତା): ଧାମରା ସାମୁଦ୍ରିକ ଥାନା ଅନ୍ତର୍ଗତ ବଳଭଦ୍ରନଗର ଗାଁରେ ଘରୋଇ କଳହକୁ ନେଇ ସ୍ଵାମୀର ରଡ୍ ମାଡରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ଏହି ଗାଁର ଶ୍ରୀନିବାସ ଦାସଙ୍କ ପୁଅ ସୁବ୍ରତ ଗତ ୮ ମାସ ପୂର୍ବେ ତିହିଡି ବାଲିଚତୁରୀ ଗ୍ରାମର ବାବୁରାମ ଦାସଙ୍କ ଝିଅ ସସ୍ମିତାଙ୍କୁ ବିବାହ କରିଥିଲେ । ଗତ କିଛି ଦିନ ହେବ କୌଣସି କାରଣରୁ ଉଭୟ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଉଭୟଙ୍କ ପାଟିତୁଣ୍ଡ ପାଇଁ ଉଭୟ ପକ୍ଷରୁ ଧାମରା ମେରାଇନ ଥାନାରେ ଅଭିଯୋଗ ହେବା ପରେ ଉଭୟ ପକ୍ଷ ଥାନାରେ ଆପୋଷ ବୁଝାମଣା ପାଇଁ ଲିଖିତ ଭାବେ ଜଣାଥିଲେ। ଗୁରୁବାର ସସ୍ମିତା ଓ ସୁବ୍ରତଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ସସ୍ମିତା ଉକ୍ତ ଗ୍ରାମର ମାମୁଁ ଶ୍ବଶୁରଙ୍କ ଘରକୁ ଆଶ୍ରୟ ନେବାକୁ ଚାଲିଯାଇଥିଲା । ହେଲେ ଶୁକ୍ରବାର କୌଣସି କାରଣରୁ ସୁବ୍ରତ ତାଙ୍କ ମାମୁଁ ଘରକୁ ଯାଇ ସସ୍ମିତାକୁ ଏକ ରଡ୍ ସାହାଯ୍ୟରେ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲା । ସ୍ଥାନୀୟ ଲୋକେ ଦେଖି ତୁରନ୍ତ ସସ୍ମିତାଙ୍କୁ ସଜ୍ଞାହୀନ ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନା ପଠାଇଦେଇଥିବା ବେଳେ ସୁବ୍ରତକୁ କାବୁ କରି ଧାମରା ଥାନାରେ ଜିମା ଦେଇଥିଲେ । ଅନ୍ୟପକ୍ଷରେ ବାସୁଦେବପୁର ଡାକ୍ତରଖାନାରେ ସସ୍ମିତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବାସୁଦେବପୁର ଡାକ୍ତରଖାନାରେ ସୁବ୍ରତଙ୍କ ପରିବାର ଓ ସସ୍ମିତାଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗିଥିବା ମଧ୍ୟ ଦେଖିବାକୁ ମିଳିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!