Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୌଦ୍ଧ ପଞ୍ଚାୟତ କଲେଜରେ ବିଦ୍ୟୁତର ବେଆଇନ ବ୍ୟବହାର

by ସଞ୍ଜୟ ସ୍ୱାଇଁ
October 1, 2021
in Crime, State
ବୌଦ୍ଧ ପଞ୍ଚାୟତ କଲେଜରେ ବିଦ୍ୟୁତର ବେଆଇନ ବ୍ୟବହାର
41
VIEWS
Share on FacebookShare on Twitter

ବୌଦ୍ଧ, (ବାଘୁଆବାର୍ତ୍ତା): ବୌଦ୍ଧ ପଞ୍ଚାୟତ କଲେଜରେ ବିଦ୍ୟୁତର ବେଆଇନ ବ୍ୟବହାର ଧରାପଡିଛି। ବିଦ୍ୟୁତ ବିଭାଗ ପକ୍ଷରୁ ବେଆଇନ ବ୍ୟବହାର କରାଯାଉଥିବା ଅଭିଯୋଗରେ କଲେଜର ଏବେ ବିଦ୍ୟୁତ ସଂଯୋଗ ବିଛିନ୍ନ କରିଦିଆଯାଇଛି। ବିଦ୍ୟୁତ ବିଭାଗର ଏନଫୋର୍ସମେଣ୍ଟ ଟିମ୍ ଆଜି ବୌଦ୍ଧ ପଞ୍ଚାୟତ କଲେଜରେ ଚଢ଼ାଉ କରିଥିଲା। କଲେଜ୍ ପାଇଁ ଏକ କିଲୋୱାଟ୍‌ର ଅନୁମତି ରହିଥିବା ଲାଇନରେ ଅତ୍ୟଧିକ ବିଦ୍ୟୁତ୍ ବ୍ୟବହାର କରାଯାଉଥିବା ଏବଂ ଏକ ବେଆଇନ ସଂଯୋଗରେ ବିଦ୍ୟୁତ ବ୍ୟବହାର କରାଯାଉଥିବା ଜଣାପଡିଥିଲା। ଯାହା ପରେ କଲେଜର ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରିଦିଆଯିବା ସହିତ ବ୍ୟବହାର କରାଯାଇଥିବା ବିଦ୍ୟୁତର ଆକଳନ କରାଯାଇ ନିୟମ ପ୍ରକାରେ ଜୋରିମାନା କରାଯିବା ସହିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଦ୍ୟୁତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ରାଉତ କହିଛନ୍ତି। ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ରାଉତ କହିଛନ୍ତି, କଲେଜରେ ଚେକ୍ ଆଉଟ୍ କଲା ପରେ ଜଣାପଡ଼ିଲା ଯେ ସେଠାରେ ସିଙ୍ଗଲ୍ ଫେଜରେ ଦୁଇଟି ମିଟର୍ ଲାଗିଛି। ବିଲରେ ଏକ କିଲୋୱାଟ୍ ଦେଖାଉଛି। କିନ୍ତୁ ସେମାନେ ଚାରି କିଲୋୱାଟର ବିଦ୍ୟୁତ ବ୍ୟବହାର କରୁଛନ୍ତି। ଆଉ ଗୋଟିଏ ଏକ୍ସଟ୍ରା ଲାଇନ୍ ହୁକିଂ ହୋଇ ପଡ଼ିଛି, ଯେଉଁଟା ୫ କିଲୋୱାଟ୍ ଲୋଡିଂ ହେଉଛି। ଏବେ ସବୁ କଥା ସାମ୍ନାକୁ ଆସିବା ପରେ ଆମେ ଇଣ୍ଡିଆନ୍ ଇଲେକ୍ଟ୍ରିକାଲ ଆକ୍ଟ ଆଇନ୍ ଅନୁଯାୟୀ ବିହିତ କାର୍ୟ୍ୟାନୁଷ୍ଠାନ ନେବୁ ବୋଲି ନିର୍ବାହୀ ଯନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ଗତ ନିର୍ବାଚନ ସମୟରେ ଜିଲ୍ଲା ପ୍ରଶାସନ କଲେଜର ସମସ୍ତ କୋଠା ନିଜ ଅଧିନକୁ ନେଇଥିଲା ଏବଂ ସେମାନେ ହିଁ ବିଦ୍ୟୁତ ବ୍ୟବହାର ନେଇ ଯାହା ପରିବର୍ତ୍ତନ କରିଛନ୍ତି। ତେଣୁ ଏନେଇ କଲେଜ ପାଖରେ କୌଣସି ସୂଚନା ନଥିବା ସୂଚନା ଦେଇଛନ୍ତି କଲେଜ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!