Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମ କରି ନୋଟାରୀରେ ବାହାହେଲେ, ଘରକୁ ନନେଇ ଧଉଳି ବୁଲାଇବାକୁ ନେଇ ଏସିଡ୍‌ ଫିଙ୍ଗିଲା

by ସଞ୍ଜୟ ସ୍ୱାଇଁ
October 1, 2021
in Crime, State
ପ୍ରେମ କରି ନୋଟାରୀରେ ବାହାହେଲେ, ଘରକୁ ନନେଇ ଧଉଳି ବୁଲାଇବାକୁ ନେଇ ଏସିଡ୍‌ ଫିଙ୍ଗିଲା
311
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପ୍ରେମ କରି ନୋଟାରୀରେ ବାହାହେଲେ। କିନ୍ତୁ ଘରକୁ ନେଲେ ନାହିଁ। ଆଉ ଶାଶୂ ଘରକୁ ଯିବାକୁ ଜିଦ୍‌ ଧରିବାରୁ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲା। ଧଉଳି ବୁଲାଇବା ବାହାନାରେ ଡାକି ଏସିଡ୍‌ ଫିଙ୍ଗି ଚମ୍ପଟ ମାରିଥିଲା ଧୋକାବାଜ ପ୍ରେମିକ। ବହୁ ଖୋଜାଖୋଜି ପରେ କମିଶନରେଟ୍‌ ପୁଲିସ୍‌ ଜାଲରେ ପଡ଼ିଛି ଅଭିଯୁକ୍ତ ପ୍ରେମିକ। ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୂରା ଘଟଣାଟି ଏମିତି। ନିମାପଡ଼ା ଅଞ୍ଚଳର ପାପୁନି। ସେ ଲୁଚାଛପାରେ ଜଣେ ଯୁବତୀ ପଦ୍ମା(ଛଦ୍ମନାମ)ଙ୍କୁ ପ୍ରେମ କରୁଥିଲା। ଆଉ ପରବର୍ତ୍ତୀ ସମୟରେ ଦୀର୍ଘ ଦିନର ପ୍ରେମ ସମ୍ପର୍କ ବିବାହର ରୂପ ନେଇଥିଲା। ଉଭୟ ନୋଟାରୀରେ ବିବାହ କରିଥିଲେ। ବିବାହ ପରେ ପଦ୍ମାଙ୍କୁ ନିଜ ଘରକୁ ନେଉନଥିଲା ପାପୁନି। ଆଉ ଯେତେବେଳେ ଶାଶୂ ଘରକୁ ଯିବା ପାଇଁ ଚାହିଁଲେ ପଦ୍ମା, ତାଙ୍କୁ ବିଭିନ୍ନ ବାହାନା କରି ଅଟକାଇ ଦେଉଥିଲା ପାପୁନି। ଯାହାକୁ ନେଇ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ଚିନ୍ତିତ ଥିଲେ ପାପୁନି। ଆଉ ପଦ୍ମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲା। ଗତ ୧୧ ତାରିଖରେ ଧଉଳି ବୁଲାଇବା ବାହାନାରେ ପଦ୍ମାଙ୍କୁ ପାପୁନି ଡାକିଥିଲା। ଆଉ ପାପୁନିଙ୍କ ଡାକରା ପାଇଁ ପଦ୍ମା ଧାଇଁ ଯାଇଥିଲେ। ସକାଳେ ଉଭୟ ଧଉଳି ଆଖାପାଖ ଅଞ୍ଚଳ ବୁଲିଥିଲେ। ଅପରାହ୍ନରେ ଶାନ୍ତି ସ୍ତୁପ ନିକଟରେ ପଦ୍ମାଙ୍କ ଉପରେ ସାଙ୍ଗରେ ଆଣିଥିବା ଏସିଡ୍‌ ଫିଙ୍ଗି ଦେଇଥିଲା ପାପୁନି। ଏହା ପରେ ସେଠାରୁ ସେ ଚମ୍ପଟ ମାରିଥିଲା। ସେପଟେ ପଦ୍ମାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି। ଏସିଡ ମାଡ଼ ନେଇ ଧଉଳି ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ୩୨୬(A) ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହେଲେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନଥିଲା। ସେପଟେ ପାପୁନି ଏସିଡ୍‌ ମାଡ଼ କରି ଗୁଜରାଟ୍‌ ପଳାଇଥିଲା। ସେଠାରେ ବିଭିନ୍ନ ସ୍ଥାନରେ କାମ କରୁଥିଲା। କୌଣସି ସୂତ୍ରରୁ ଖବର ପାଇ ପୁଲିସ ଗୁଜରାଟ ଯାଇ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!