ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଦିଲ୍ଲୀରେ ନାବାଳିକାକୁ ହତ୍ୟା ମାମଲାରେ ମିଳିଛି ଆଉ ଏକ ଚାଞ୍ଚଲ୍ୟକର ତଥା। ତାହା ହେଲା ନାବାଳିକାକୁ ମାରିବା ପାଇଁ ହତ୍ୟାକାରୀ ୧ ମାସ ହେବ ଯୋଜନା ପ୍ରସ୍ତୁତ କରୁଥିଲା। ହତ୍ୟାକାରୀ ପ୍ରଦୀପ ଓରଫ୍ ପ୍ରବୀଣ ଗତ ମାସରେ ଏକ କୁରାଢୀ କିଣିଥିଲା। ଏହି କୁରାଢୀକୁ ଆରକେ ପୁରମ୍ ସେକ୍ଟର-୧ର ପଟରିୟାରେ ଲୁହା କାମ କରୁଥିବା ଜଣେ ବ୍ୟକ୍ତିଠାରୁ ସେ କିଣିଥିଲା। ପୋଲିସର କହିବା ଅନୁସାରେ, ଝିଅ ସହିତ ଜବରଦସ୍ତି ବନ୍ଧୁତ୍ବ କରିବ କରିବା ଓ ପିଛା ନକରିବାକୁ ନାବାଳିକାର ବାପା ତାକୁ ଗାଳି କରିବା ସହ ଥରେ ଚାପୁଡା ମାରିଥିଲେ। ଏହାପରେ ଅଭିଯୁକ୍ତ ଜଣକ ନାବାଳିକାକୁ ଧମକ ଦେଇଥିଲା ଯେ, ତା’ର ଜନ୍ମଦିନ ପୂର୍ବରୁ ମାରିଦେବ। ମଙ୍ଗଳବାର ନାବାଳିକାର ଜନ୍ମଦିନ ଥିଲା। ଏହାର ଗୋଟେ ଦିନ ପୂର୍ବରୁ ସୋମବାର ନାବାଳିକାର ଉପରେ କୁରାଢୀରେ ମାରଣାନ୍ତକ ଆକ୍ରମଣ ହୋଇଥିଲା। ନାବାଳିକା ଜଣକ ଦ୍ବାଦଶ ଶ୍ରେଣୀର ଛାତ୍ରୀଥିଲେ। କୁହାଯାଉଛି ଯେ, ଘଟଣାସ୍ଥଳରେ ଲାଗିଥିବା ସିସିଟିଭି କ୍ୟାମେରାରେ ସବୁ ଘଟଣା କଏଦ ହୋଇଯାଇଛି। ମଙ୍ଗଳବାର ଜନ୍ମଦିନ ନାବାଳିକାର ହସ୍ପିଟାଲରେ ଚିକିତ୍ସା ବେଳେ ମୃତ୍ୟୁ ହୋଇଛି। ପୋଲିସ କହିଛି ଯେ, ଦକ୍ଷିଣ କ୍ୟାମ୍ପସ ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଥିବା ବସ୍ତିରେ ରହୁଥିବା ଅଭିଯୁକ୍ତ ପ୍ରଦୀପ ନାବାଳିକାକୁ ଷଡଯନ୍ତ୍ର କରି ହତ୍ୟା କରିଛି। ନାବାଳିକାକୁ ହତ୍ୟା କରିବା ପାଇଁ ସେ ପୂର୍ବରୁ ଯୋଜନା ପ୍ରସ୍ତୁତ କରିସାରିଥିଲେ। ଏହାକୁ ସଫଳ କରିବା ପାଇଁ ସେ ଏକ କୁରାଢୀ ମଧ୍ୟ କିଣିଥିଲା। ପୋଲିସ କହିଛି ଯେ ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଅଭିଯୁକ୍ତ ଗତ କିଛି ମାସ ଧରି ନାବାଳିକାକୁ ପିଛା କରୁଥିଲା। ଏପରିକି କିଛି ଦିନ ପୂର୍ବେ ସେ ମଦ ପିଇ ରାତିରେ ନାବାଳିକାର ଘରେ ଯାଇ ପହଁଞ୍ଚିଥିଲା। ଜବରଦସ୍ତି ଗେଟ୍ ଖୋଲିବାକୁ ଚେଷ୍ଟା କରିଥିଲା। ଏହାପରେ ହଙ୍ଗାମା ହୋଇଥିଲା। ନାବାଳିକାର ବାପା ଅଭିଯୁକ୍ତକୁ ଚାପୁଡା ମାରିଥିଲେ। ଏହି ଘଟଣା ପରେ ସେ ନାବାଳିକାକୁ ହତ୍ୟା କରିବାର ଯୋଜନା କରିଥିଲା ଅଭିଯୁକ୍ତ।





