ଭୁବନେଶ୍ବର, (ବାଘୁଆବାର୍ତ୍ତା): ରାଜଧାନୀରେ ଭଡାରେ ରହୁଥିବା ଜଣେ ଯୁବକଙ୍କୁ ନିସ୍ତୁକ ମାଡ । ଭୁବନେଶ୍ବର ଲକ୍ଷ୍ମୀସାଗର ଓସ୍କାର ସିଟିରେ ଯୁବକଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଜଣେ ଯୁବକଙ୍କୁ ସଂଘବଧ ଭାବେ ଆକ୍ରମଣ କରାଯାଇଛି । ମାଡ଼ ମାରିବାର ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଏନେଇ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।






