Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଢେଙ୍କାନାଳ ସହରରରୁ ପୁଣି ୪୦ଗ୍ରାମ ବ୍ରାଉନସୁଗାର ଜବତ

by ସଞ୍ଜୟ ସ୍ୱାଇଁ
October 1, 2021
in Crime, State
ଢେଙ୍କାନାଳ ସହରରରୁ ପୁଣି ୪୦ଗ୍ରାମ ବ୍ରାଉନସୁଗାର ଜବତ
11
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ଢେଙ୍କାନାଳ ସହରରେ ଚାଲିଛି ବ୍ରାଉନ ସୁଗାର ବେପାର । ଟାଉନ ପୋଲିସ ବାରମ୍ବାର ଚଢ଼ାଉ କରି ବର୍ତ୍ତମାନ ସୁଦ୍ଧା ୧୬୬ ଗ୍ରାମ ଓ ଅନେକ ଯୁବକଙ୍କୁ ଗିରଫ କରିସାରିଛି । ଏପରି ସ୍ଥିତିକୁ ଦେଖି ଅବକାରୀ ବିଭାଗ ତତ୍ପର ହୋଇପଡିଛି । ଫଳରେ ଅବକାରୀ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରି ଚଢ଼ାଉ ଆରମ୍ଭ ହୋଇଛି । ତେବେ ବିଶେଷ ସୂତ୍ରରୁ ସୂଚନା ପାଇ ଧଳା ଜହର କାରବାରର ପେଣ୍ଠସ୍ଥଳୀ ସାଜିଥିବା ଢେଙ୍କାନାଳ ସହରର ବାଜିଚୌକ ଅଂଚଳରେ ଗତ ରାତିରେ ଚଢ଼ାଉ କରିଥିଲା ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍ । ଏହି ଚଢ଼ାଉ ବେଳେ ୪୦ଗ୍ରାମ ବ୍ରାଉନସୁଗାର ଜବତ କରିବାରେ ସକ୍ଷମ ହୋଇଛି ଅବକାରୀ ସ୍କ୍ବାଡ୍ । ଏହି ଧଳା ଜହର କାରବାର କରୁଥିବା ଦୁଇ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଜଣ ହେଲେ ଢେଙ୍କାନାଳ ସହରର କାଂଚନ ବଜାରର କୁନା ବେହେରା ଓ ବାଜିଚୌକ ଅଂଚକର ରାହୁଲ ରାଉତ । ଉଭୟେ ବିକ୍ରି କରିବାକୁ ଯାଉଥିବାବେଳେ ପ୍ରତ୍ୟେକଙ୍କଠାରୁ ୨୦ଗ୍ରାମ ଲେଖାଏଁ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗର ଏହି ସ୍ବତନ୍ତ୍ର ସ୍କ୍ବାଡ୍ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!