Saturday, September 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାତି ୧୨ଟାରେ ଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା,

by ସଞ୍ଜୟ ସ୍ୱାଇଁ
July 14, 2021
in Crime, State
ରାତି ୧୨ଟାରେ ଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା,
123
VIEWS
Share on FacebookShare on Twitter

ଛେଣ୍ଡିପଦା, (ବାଘୁଆବାର୍ତ୍ତା): ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡ଼ା ଗ୍ରାମରେ ଜଣେ ଯୁବକକୁ ଅନ୍ୟ ଜଣେ ଯୁବକ ଟାଙ୍ଗିଆରେ ଗୋଡେଇ ଗୋଡେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ଘଟଣାରେ ପୁଲିସ ତିନି ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳେଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗ୍ରାମର ଧରଣୀ ଧଳଙ୍କ ପୁଅ ଜିତେନ୍ଦ୍ର(୨୮) ପୂର୍ବଶତ୍ରୁତାକୁ ନେଇ ଗତକାଲି ରାତି ୧୦ ଟାରେ ଗ୍ରାମର ପୀତବାସ ସାହୁ(୩୬)ଙ୍କ ଅନୁପସ୍ଥିତିରେ ଘରେ ପଶି ଗାଳିଗୁଲଜ କରିବା ସହିତ ତାଙ୍କ ଘର ଅଜବେଷ୍ଟସ, ଚୁଲି ଭଙ୍ଗାରୁଜା କରି ପାଣିପମ୍ପ କୂଅରେ ପକେଇ ଦେଇଥିଲେ। ରାତି ୧୨ଟାରେ ଜିତେନ୍ଦ୍ର ଗ୍ରାମର ଗଡଭିତରସାହି ହିଙ୍ଗୁଳା ମନ୍ଦିର ନିକଟରେ ତିନିଜଣ ସହଯୋଗୀଙ୍କ ସହିତ ଗଞ୍ଜେଇ ଟାଣୁଥିଲେ। ସେହି ସମୟରେ ଟାଙ୍ଗିଆ ଧରି ଗଞ୍ଜେଇ ଟାଣୁଥିବା ଜିତେନ୍ଦ୍ର ଓ ତାଙ୍କ ତିନି ସହଯୋଗୀଙ୍କୁ ପୀତବାସ ଆକ୍ରମଣ କରିଥିଲେ। ଆତ୍ମରକ୍ଷା ପାଇଁ ରକ୍ତ ଜୁଡୁବୁଡୁ ହୋଇ ତିନି ଜଣ ଘରକୁ ଦୌଡିଥିଲେ ମଧ୍ୟ ଉତ୍ତେଜିତ ପୀତବାସ ଜିତେନ୍ଦ୍ରଙ୍କୁ ଗୋଡେଇ ଗୋଡେଇ ହତ୍ୟା କରିଥିଲେ। ଆକ୍ରମଣରେ ଜିତେନ୍ଦ୍ର ମୃତ୍ୟୁବରଣ କରିଥିଲେ। ଖବରପାଇ ଛେଣ୍ଡିପଦା ପୁଲିସ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରି ୩ ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳେଇଛି। ଗଞ୍ଜେଇ କାରବାର ଓ ଗାଁ ରାସ୍ତାରେ ଗୁଳି ଚାଳନା ଯୋଗୁ ଧରଣୀ ଧଳଙ୍କ ପରିବାର ଅଞ୍ଚଳରେ ଚର୍ଚ୍ଚିତ ଥିଲେ। ନିଜେ ଧରଣୀ ମଧ୍ୟ ଗୁଳିକାଣ୍ଡରେ ଗୁରୁତର ଆହତ ହୋଇଥିଲେ। ଅଢେଇ ବର୍ଷ ପୂର୍ବରୁ ଗାଁ ଦାଣ୍ଡରେ ତାଙ୍କୁ ନେଇ ସପକ୍ଷ ଓ ବିପକ୍ଷ ଗୋଷ୍ଠୀ ଫାଙ୍କା ଗୁଳିଚାଳନା ହୋଇଥିଲା। ଘଟଣାରେ ଥାନାରେ ଧରାଣୀଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ମଧ୍ୟ ରହିଛି। ହତ୍ୟାକାଣ୍ଡର ସମ୍ପୃକ୍ତ ଅଭିଯୁକ୍ତ ପୀତବାସ ଫେରାର ଅଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!