ସୋନପୁର, (ବାଘୁଆବାର୍ତ୍ତା): ଛାତରୁ ପଡି ଶ୍ରମିକଙ୍କ ମୃତ୍ୟୁ । ସୋନପୁର ଜିଲ୍ଲା ବିନକା ବ୍ଲକ ମହଦାରେ ଗତକାଲି ବିଲମ୍ବିତ ରାତ୍ରିରେ କୌଣସି କାରଣରୁ ଛାତ ଉପରୁ ତଳକୁ ପଡି ଘଟଣାସ୍ଥଳରେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ସୂଚନାଥାଉ କି ମୃତ ବ୍ୟକ୍ତି ଜଣକ ଉଲୁଣ୍ଡା ବ୍ଲକର ପଂଚମହଳା ଗାଁ ର ଅବଧୁତ ସ୍ବାଇଁ (୪୪)ବୋଲି ଜଣାପଡିଛି। ମୃତ ବ୍ୟକ୍ତି ଗତ କିଛି ଦିନ ପୂର୍ବରୁ କାମ ଉଦ୍ଦେଶ୍ୟରେ ବଙ୍ଗାଲି କୋଠା ଠିକାଦାର ପାଖରେ ଶ୍ରମିକ ଭାବେ କାମ କରୁଥିଲେ କିନ୍ତୁ ଗତ ରାତିରେ କୈାଣସି କାରଣରୁ ତଳେ ପଡି ତାଙ୍କ ମୃତ୍ୟୁ ହୋଇଥିବା ବେଳେ ପାରିପାର୍ଶିକ ଅବସ୍ଥା ଅନୁଶାରେ ହତ୍ୟାକାଣ୍ଡ ବୋଲି ଆଲୋଚନା ହେଉଥିବା ଦେଖାଯାଇଛି । ବିନକା ପୁଲିସ ଶବ ଜବତ କରି ତଦନ୍ତ ଚଳେଇଥିବା ଜଣାଯାଇଛି ।






