Wednesday, July 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାମ୍ବାଦିକ ଜଣଙ୍କ ମୋବାଇଲ ନ ଦେବାରୁ ୨ ଜଣ ଯୁବକ ତାଙ୍କୁ ଲୁହା ରଡ୍‌ରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ

by ସଞ୍ଜୟ ସ୍ୱାଇଁ
October 1, 2021
in Crime, State
73
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ‘ମୋବାଇଲ ଦେ, ମୋବାଇଲ ଦେ’ ବୋଲି ଧମକାଇଲେ। ମାତ୍ର ସାମ୍ବାଦିକ ଜଣଙ୍କ ମୋବାଇଲ ନ ଦେବାରୁ ୨ ଜଣ ଯୁବକ ତାଙ୍କୁ ଲୁହା ରଡ୍‌ରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରାଜଧାନୀର ଶତାବ୍ଦୀ ନଗର ଅଞ୍ଚଳରେ ଆଜି ସକାଳୁ ସକାଳୁ ଏହି ଘଟଣା ଘଟିଛି। ଆଉ ଆକ୍ରମଣର ଶିକାର ହୋଇଥିବା ବରିଷ୍ଠ ସାମ୍ବାଦିକଙ୍କ ନାଁ ସତ୍ୟ ରଞ୍ଜନ ଭଞ୍ଜ। ସେ ଏକ ଖବରକାଗଜରେ ପଶ୍ଚିମ ଓଡ଼ିଶା ମୁଖ୍ୟ ଭାବେ କାମ କରୁଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସତ୍ୟ ରଞ୍ଜନଙ୍କ ଭାଇଙ୍କ କହିବାନୁଯାୟୀ, ପରିବାର ସହ ସତ୍ୟ ରଞ୍ଜନ ଶତାବ୍ଦୀ ନଗର ଅଞ୍ଚଳରେ ରହୁଛନ୍ତି। ଆଜି ସକାଳେ ସେ ମର୍ଣ୍ଣିଂ ୱାକ୍ କରିବାକୁ ଯାଇଥିଲେ। ଘରଠୁ ମାତ୍ର ୫ଶହ ମିଟର ଦୂରରେ ଥିବା ବେଳେ ୨ ଜଣ ଯୁବକ ଏକ ବାଇକ୍‌ରେ ତାଙ୍କ ପିଛା କରି ଆସିଲେ। ତାଙ୍କ ନିକଟରେ ଗାଡ଼ି ଅଟକାଇ ମୋବାଇଲ ଦେ ବୋଲି ଧମକାଇଥିଲେ। ମାତ୍ର ସତ୍ୟରଞ୍ଜନ ପ୍ରତିବାଦ କରିବାରୁ ସେମାନଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଉକ୍ତ ୨ ଯୁବକ ସାଙ୍ଗରେ ଆଣିଥିବା ଏକ ଲୁହା ରଡ୍‌ରେ ସତ୍ୟ ରଞ୍ଜନଙ୍କୁ ଆକ୍ରମଣ କରିଥିଲେ। ଏହାପରେ ସେମାନେ ମୋବାଇଲ ନେଇ ଫେରାର ହୋଇ ଯାଇଥିଲେ। ଖବର ପାଇ ପରିବାର ଲୋକ ସତ୍ୟରଞ୍ଜନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ସତ୍ୟଙ୍କ ଭାଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି। ରାଜଧାନୀରେ ଢିଲା ପାଟ୍ରୋଲିଂ ବ୍ୟବସ୍ଥାକୁ ନେଇ ସବୁବେଳେ ଅଭିଯୋଗ ହୋଇ ଆସୁଥିବା ବେଳେ ଏହାର ସୁଯୋଗ ନେଇ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ରାତିରେ ବାହାରକୁ ବାହାରିବାକୁ ଲୋକେ ସୁରକ୍ଷିତ ମଣୁ ନ ଥିବା ବେଳେ ଦିନରେ ବି ମରଣାତ୍ମକ ଆକ୍ରମଣର ଶିକାର ହେଉଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!