Saturday, September 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମନ୍ଦିର ପିଣ୍ଢାରେ ଜୁଆ ପାଲି, ପ୍ରଧାନ ଶିକ୍ଷକଙ୍କ ସହିତ ୫ ଗିରଫ, ୫ ହଜାର ଟଙ୍କା ଓ ବାଇକ ଜବତ

by ସଞ୍ଜୟ ସ୍ୱାଇଁ
July 14, 2021
in Crime, State
ମନ୍ଦିର ପିଣ୍ଢାରେ ଜୁଆ ପାଲି, ପ୍ରଧାନ ଶିକ୍ଷକଙ୍କ ସହିତ ୫ ଗିରଫ, ୫ ହଜାର ଟଙ୍କା ଓ ବାଇକ ଜବତ
246
VIEWS
Share on FacebookShare on Twitter

ଛେଣ୍ଡିପଦା, (ବାଘୁଆବାର୍ତ୍ତା): ଗୁରୁଙ୍କ ଆସନ ବହୁ ଉଚ୍ଚରେ। ଗୁରୁ ଈଶ୍ବର ବୋଲି ଆମ ପରମ୍ପରା କହେ। ଛେଣ୍ଡିପଦା ବ୍ଲକ୍‌ର ଜଣେ ପ୍ରଧାନଶିକ୍ଷକ ଜୁଆଖେଳି ପୁଲିସ ହାତରେ ଧରାପଡ଼ିବା ଘଟଣା ଗୁରୁ ସମାଜ ପ୍ରତି କିନ୍ତୁ କଳଙ୍କ ପାଲଟିଛି। ଜୁଆ ଖେଳିବାବେଳେ ଉକ୍ତ ପ୍ରାଧାନଶିକ୍ଷକଙ୍କ ସମେତ ୫ ଜଣ ଧରାପଡ଼ି ଗିରଫ ‌ହୋଇଛନ୍ତି। ଜୁଆ ଆଡ଼ାରୁ ଟଙ୍କା ଓ ବାଇକ୍‌ ଜବତ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଗତକାଲି ଥିଲା ପବିତ୍ର ରଥଯାତ୍ରା। ଛେଣ୍ଡିପଦା ଜଗନ୍ନାଥ ମନ୍ଦିରରେ ବିଧି ମୁତାବକ ଘୋଷଯାତ୍ରା ଶେଷ ହେବା ପରେ ରାତି ପ୍ରାୟ ସାଢ଼େ ୧୧ଟାବେଳେ ମନ୍ଦିର ବାରଣ୍ଡାରେ କିଛି ଯୁବକ ପକାଇଥିଲେ ଜୁଆ ପାଲି। ବିଶ୍ବସ୍ତ ସୂତ୍ରରୁ ପୁଲିସ ପାଖରେ ଏହି ଖବର ପହଞ୍ଚିଥିଲା। ଡିଏସ୍‌ପି ସୁଶାନ୍ତ ସିଂହଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍‌ ସେଠାରେ ଅତର୍କିତ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ୫ ହଜାର ଟଙ୍କା ଓ ଏକ ବାଇକ୍‌ ଜବତ କରାଯାଇଥିଲା। ଏଥିସହ ଜୁଆ ଖେଳୁଥିବା ବ୍ରାହ୍ମଣବିଲ ପଞ୍ଚାୟତ ଟାକୁଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଳୟ ପ୍ରଧାନ(୩୮)ଙ୍କ ସମେତ ରଞ୍ଜିତ ପ୍ରଧାନ(୩୧), ଶଶଧର ସାହୁ(୪୦), କାର୍ତ୍ତିକେଶ୍ୱର ସାହୁ(୪୩) ଓ ନୀଲକମଲ ସାହୁ(୩୮)ଙ୍କୁ ପୁଲିସ ଗିରଫ କରିଥିଲା। ଗିରଫ ସମସ୍ତ ଅଭିଯୁକ୍ତଙ୍କ ଘର ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗାଁରେ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କରେ ବିଇଓ ବିଇଓ ମଧୁସ୍ମିତା ନନ୍ଦ କହିଛନ୍ତି, ଏ ସଂପର୍କରେ ପୁଲିସଠାରୁ କିଛି ସୂଚନା ମିଳିନାହିଁ। ପୁଲିସଠାରୁ ସୂଚନା ପାଇବା ପରେ ଯାହାକିଛି ପଦକ୍ଷେପ ଗ୍ରହଣ କରାଯିବ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!