ନୀଳଗିରି, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଟିମର ନୀଳଗିରି ସିଡିପିଓ ଅଫିସରେ ଚଢ଼ାଉ। ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁପର ଭାଇଜର ସୁବର୍ଣା ସିଂଙ୍କୁ ଗିରଫ କଲା ଭିଜିଲାନ୍ସ ବିଭାଗ। ସୂଚନାଯୋଗ୍ୟ ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ନରଣପୁର ପଂଚାୟତରେ ଅଙ୍ଗନବାଡି -୨ ରେ ଅଙ୍ଗନବାଡି କର୍ମୀ ଚାକିରୀ କରାଇ ଦେବାକୁ କହି ସୀତାମଣି ଦେହୁରୀଙ୍କୁ ସୁପଭାଇଜର ଟଙ୍କା ଲାଞ୍ଚ ମାଗିଥିଲେ। ସେ ପୂର୍ବରୁ ବାଲେଶ୍ବର ଭିଜିଲାନ୍ସ ଠାରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଏସପି ସନ୍ତୋଷ ମିଶ୍ରଙ୍କ ନିର୍ଦେଶରେ ଡ଼ିଏସପି ସନ୍ତୋଷ ସମନ୍ତରାୟ ଏକ ଟିମ ସିଡ଼ିପିପିଓ ଅଫିସରେ ଜଗି ରହିଥିଲେ। ଆଜି ସୀତାମଣିଙ୍କ ସମ୍ପର୍କୀୟ ସୁପରଭାଇଜର ସୁବର୍ଣା ସିଂଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦେବାବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଅଧିକାରୀ ମାଡି ବସିଥିଲେ। ଟଙ୍କାରେ କେମିକାଲ ଦେଇଥିବା ବେଳେ ତାଙ୍କ ହାତ ମଧ୍ୟ ରଙ୍ଗ ବାହାରିଥିଲା। ତାଙ୍କୁ ଗିରଫ କରି ବାଲେଶ୍ଵର ମୁଖ୍ୟ ଅଫିସକୁ ନେଇ ଯାଇଛି ଭିଜିଲାନ୍ସ ବିଭାଗ।






