ତେଲକୋଇ, (ବାଘୁଆବାର୍ତ୍ତା): ଛେଳି ଚୋରି କରିବାକୁ ଆସି ଫସିଗଲେ ଚୋର । ଧରାପଡିବା ସହ ଗାଁରେ ବସିଲା କଙ୍ଗାରୁ କୋର୍ଟ । ପାଞ୍ଚ ହଜାର ଟଙ୍କାର ଜରିମାନା ଦେଲେ ୩ ଯୁବକ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସୁନ୍ଦରିଆ ଗାଁର ଘଟଣା । ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ସୁନ୍ଦରିଆ ଗାଁରୁ ଛେଳି ଚୋରି କରିବାକୁ ଆସିଥିଲେ ଚୋର । ଠିକ୍ ଏହି ସମୟରେ ଗ୍ରାମବାସୀଙ୍କ ହାବୁଡରେ ପଡିଯାଇଥିଲେ ୩ ଚୋର । ଗାଁ ଲୋକେ ରାତିରେ ମଣ୍ଡପ ଘରେ ତିନିଜଣ ଚୋରାଙ୍କୁ ତାଲା ପକାଇଥିଲେ । ଚୋରିରେ ବ୍ୟବହାର ହେଉଥିବା ଗୋଟିଏ ବାଇକକୁ ମଧ୍ୟ ଗ୍ରାମବାସୀ ଜବତ କରିଥିଲେ । ଏହାପରେ ଆଜି ଗାଁରେ ବସିଥିଲା କଙ୍ଗାରୁ କୋର୍ଟ । ତେବେ ବସିଥିବା କଙ୍ଗାରୁ କୋର୍ଟରେ ଛେଳି ଚୋରମାନଙ୍କୁ ୫ହଜାର ଟଙ୍କାର ଫାଇନ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ୫ହଜାର ଟଙ୍କା ଦେବା ପରେ କେସ୍କୁ ରଫାଦଫା କରିଥିଲେ ଗ୍ରାମାବାସୀ । ଏହାପରେ ବାଇକ ସହ ଚୋରମାନଙ୍କୁ ଛାଡି ଦେଇଥିଲେ ଗ୍ରାମବାସୀ ।






