Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପରୀକ୍ଷା ଦେବା ପାଇଁ ବଲାଙ୍ଗିର ଯାଇଛନ୍ତି ବିଦ୍ୟାଭାରତୀ ପଣ୍ଡା, ସେ ବଲାଙ୍ଗିରରେ କଣ କରୁଛନ୍ତି

by ସଞ୍ଜୟ ସ୍ୱାଇଁ
September 29, 2021
in Crime, State
ପରୀକ୍ଷା ଦେବା ପାଇଁ ବଲାଙ୍ଗିର ଯାଇଛନ୍ତି ବିଦ୍ୟାଭାରତୀ ପଣ୍ଡା, ସେ ବଲାଙ୍ଗିରରେ କଣ କରୁଛନ୍ତି
520
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ବଲାଙ୍ଗିରରେ ବିଦ୍ୟାଭାରତୀ ପଣ୍ଡା। ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ମୃତ ସୌମ୍ୟରଂଜନ ମହାପାତ୍ରଙ୍କ ସ୍ତ୍ରୀ ହେଉଛନ୍ତି ବିଦ୍ୟାଭାରତୀ। ସେ ପରୀକ୍ଷା ଦେବା ପାଇଁ ବଲାଙ୍ଗିର ଯାଇଛନ୍ତି। ଆଜି ତାଙ୍କର ଫାଇନାଲ୍‌ ସେମିଷ୍ଟାର ଥିବାରୁ ସେ ପରୀକ୍ଷା ଯାଇଛନ୍ତି। ବଲାଙ୍ଗିର ପ୍ରାଣୀଧନ ନିରୀକ୍ଷଣ କେନ୍ଦ୍ର(ଏଲଆଇ)ର ଛାତ୍ରୀ ହେଉଛନ୍ତି ବିଦ୍ୟାଭାରତୀ ପଣ୍ଡା। ଏବେ ତାଙ୍କର ପରୀକ୍ଷା ଚାଲିଥିବାରୁ ସେ ବଲାଙ୍ଗିରରେ ଯାଇଛନ୍ତି। କିନ୍ତୁ ମେସ୍‌ରେ ରହୁନାହାନ୍ତି। ବାହାରେ ରହି ପ୍ରତିଦିନ ପରୀକ୍ଷା କେନ୍ଦ୍ରକୁ ଯାଉଛନ୍ତି ଓ ପରୀକ୍ଷା ଦେଉଛନ୍ତି। ଆଜି ଏନିମାଲ୍‌ ହେଲ୍‌ଥ ବିଷୟରେ ପରୀକ୍ଷା ଥିଲା। ସାଥୀମାନଙ୍କ ସହ ହଲ୍‌ରେ ବସି ପରୀକ୍ଷା ଦେଇଛନ୍ତି। ପରୀକ୍ଷା କେନ୍ଦ୍ରରୁ ବାହାରି ଏକ ଧଳା ରଙ୍ଗର କାର୍‌ରେ ବସି ଚାଲିଯାଇଛନ୍ତି। ମାତ୍ର ସେ କାହା ସହିତ କଥା ହୋଇନଥିବା ସାଥୀମାନେ କହିଛନ୍ତି। ବଲାଙ୍ଗିରରେ ପାଠ ପଢ଼ୁଥିବା ବେଳେ ସୌମ୍ୟଙ୍କୁ ବିବାହ କରିଥିଲେ ବିଦ୍ୟାଭାରତୀ। ବାହାଘର ପରେ ବଲାଙ୍ଗିର ଆସିଥିଲେ। ଆଉ ସାଥୀମାନଙ୍କୁ ଦେଇଥିଲେ ବ୍ୟାଚ୍‌ଲର ଭୋଜି। କିନ୍ତୁ ଆଜି ପରୀକ୍ଷା ଦେବାକୁ ଆସିଥିଲେ ବିଦ୍ୟାଙ୍କ ସାଥୀମାନେ। ସେମାନେ କିନ୍ତୁ ବ୍ୟାଚଲର ଭୋଜିକୁ ଖଣ୍ଡନ କରିଛନ୍ତି। ସେମାନଙ୍କ କହିବା କଥା ଆମେ ଭୋଜି ଖାଇଛୁ, ମାତ୍ର ତାହା ବ୍ୟାଚଲର ଭୋଜି ନଥିଲା। ବିଦ୍ୟାଭାରତୀଙ୍କୁ ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଂଜନ ବିବାହ କରିବାର ମାସକ ପରେ କର୍ମସ୍ଥଳୀକୁ ପଳାଇ ଆସିଥିଲେ। ଉଭୟ ପାରଳାଖେମୁଣ୍ଡ ଚାଲି ଆସିଥିଲେ। ଏଠାରେ ସରକାରୀ କ୍ୱାର୍ଟର୍ସରେ ସ୍ୱାମୀ-ସ୍ତ୍ରୀ ରହୁଥିଲେ। ଜୁଲାଇ ୧୨ ତାରିଖ ରାତି ପ୍ରାୟ ୯ଟା ହେବ ସୌମ୍ୟଙ୍କ ଶରୀରରେ ନିଆଁ ଲାଗି ଯାଇଥିଲା। ବିଦ୍ୟାଭାରତୀ ଏନେଇ ପଡ଼ୋଶୀଙ୍କୁ କହିଥିଲେ। ଆମ୍ୱୁଲାନ୍ସ ଆସିବାରେ ବିଳମ୍ୱ ହେବାରୁ ବନ ବିଭାଗ ଗାଡ଼ିରେ ସୌମ୍ୟାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ତା’ ପର ଦିନ ତାଙ୍କୁ କଟକର ଏକ ପ୍ରାଇଭେଟ୍‌ ମେଡିକାଲ୍‌ରେ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟଙ୍କର ମୃତ୍ୟୁ ଘଟିଥିଲା। ସ୍ତ୍ରୀ ଆଗରେ ସ୍ୱାମୀ ପୋଡ଼ି ଯାଉଛି, ହେଲେ ମୁହଁ ଖୋଲୁନାହିଁ। କେଉଁ ପରିସ୍ଥିତିରେ ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଲା? ସେ ସମ୍ପର୍କରେ ବିଦ୍ୟାଭାରତୀ କିଛି କହୁନଥିଲା। ଯାହାକୁ ନେଇ ସୌମ୍ୟଙ୍କ ପରିବାର ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ଏହା ଏକ ହତ୍ୟା ବୋଲି ସନ୍ଦେହ କରି ବିଦ୍ୟାଭାରତୀଙ୍କୁ ଆଙ୍ଗୁଠି ନିର୍ଦ୍ଦେଶ କରିଥିଲେ ସୌମ୍ୟଙ୍କ ପରିବାର ଲୋକ। ଏହା ପରେ ଗୋଟିଏ ଗୋଟିଏ କଥା ସାମ୍ନାକୁ ଆସିଥିଲା। ବଲାଙ୍ଗିର ଭୋଜି ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ତିକ୍ତତା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା। ଭୋଜିରୁ କୁଆଡ଼େ ସୌମ୍ୟ ପଳାଇ ଆସିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏପରିକି ବିଦ୍ୟାଙ୍କ ସହିତ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ଅନୈତିକ ସମ୍ପର୍କ ନେଇ ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାମଲା ଉପରୁ ପର୍ଦ୍ଦା ହଟାଇବା ପାଇଁ ପୁଲିସ ସୌମ୍ୟଙ୍କ ରୋଷେୟା, ଡିଏଫ୍‌ଓ, ବିଦ୍ୟା ଓ ସୌମ୍ୟଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା। ପରେ ପାରଳାଖେମୁଣ୍ଡିର ପୂର୍ବତନ ଏସ୍‌ପି ଡିଏଫ୍‌ଓ ଓ ରୋଷେୟାଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲା। ଯାହାକୁ ସୌମ୍ୟଙ୍କ ପରିବାର ଲୋକ ବିରୋଧ କରିଥିଲେ। ମାମଲାରେ ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଗିରଫ ନହେଲେ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଥିଲେ। ଏହା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ନିର୍ଦ୍ଦେଶ ଦେଇଥିଲେ ଡିଜିପି। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ଆରମ୍ଭ କରି ଡିଏଫ୍‌ଓ, ରୋଷେୟା, ମମତା ପଣ୍ଡା, ବିଦ୍ୟାଭାରତୀ ପ୍ରମୁଖଙ୍କୁ ଘନଘନ ଜେରା କରିଥିଲା। ପରେ ଡିଏଫ୍‌ଓ ସଂଗ୍ରାମ କେଶରୀ, ରୋଷେୟ ମନ୍ମଥ ଓ ବିଦ୍ୟାଭାରତୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ହୋଇଥିଲା। ଆଜି ଟେଷ୍ଟ ରିପୋର୍ଟ କ୍ରାଇମବ୍ରାଞ୍ଚର ହସ୍ତନ୍ତର ହୋଇଥିବା ଜଣାପଡ଼ିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!