Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ଡିଆର୍‌ଡିଓରୁ ଗୁପ୍ତ ତଥ୍ୟ ହାସଲ୍‌ କରିଥିବା ରହସ୍ୟମୟୀ ମହିଳାଙ୍କ ଫଟୋ

by ସଞ୍ଜୟ ସ୍ୱାଇଁ
September 29, 2021
in Crime, State
କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ଡିଆର୍‌ଡିଓରୁ ଗୁପ୍ତ ତଥ୍ୟ ହାସଲ୍‌ କରିଥିବା ରହସ୍ୟମୟୀ ମହିଳାଙ୍କ ଫଟୋ
90
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଚାନ୍ଦିପୁର ଡିଆର୍‌ଡିଓରୁ ଗୁପ୍ତ ତଥ୍ୟ ହାସଲ୍‌ କରିଥିବା ରହସ୍ୟମୟୀ ମହିଳାଙ୍କ ଫଟୋ । ସୋଶାଲ୍‌ ମିଡିଆରେ ୭ଟି ଆକାଉଣ୍ଟ ଖୋଲି ନିଜ ପ୍ରେମ ଜାଲରେ ଅଭିଯୁକ୍ତଙ୍କୁ ଫସାଉଥିବା ରହସ୍ୟମୟୀଙ୍କ ଗୋଟିଏ ଆକାଉଣ୍ଟରେ ପ୍ରୋଫାଇଲ ଫଟୋ ସହ ଭିଡିଓ କଲ୍ ମ୍ୟାଚ କରୁଥିବା ଜଣାଯାଇଛି। ଏହି ରହସ୍ୟମୟୀଙ୍କୁ ଠାବ କରିବାକୁ ଇଣ୍ଟରପୋଲର ସହାୟତା ନିଆଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ରହସ୍ୟମୟୀଙ୍କ ଠିକଣା ଠାବ ପାଇଁ ଏହି ଅନ୍ତର୍ଜାତୀୟ ଅପରାଧିକ ପୋଲିସ ସଂଗଠନର ସହାୟତା ନିଆଯିବ । ସେହିପରି ଡାଟା ଭେରିଫାଏ ହେଲା ପରେ ଅଭିଯୁକ୍ତମାନଙ୍କୁ ପୁଣି ରିମାଣ୍ଡରେ ଅଣାଯାଇପାରେ ବୋଲି ମଧ୍ୟ ସେ କହିଛନ୍ତି । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି, ଅଭିଯୁକ୍ତମାନେ ଯେତିକି ସୂଚନା ଦେଇଛନ୍ତି ଓ ଯେତିକି ଟେକନିକାଲ ଡାଟା ଅଛି, ତାହାକୁ ନେଇ ଅଧିକ ତଦନ୍ତ କରାଯିବ। ଦରକାର ପଡ଼ିଲେ ପୁଣି ଥରେ ରିମାଣ୍ଡରେ ଅଣାଯିବ। ବ୍ୟାଙ୍କ ଆକାଉଣ୍ଟ ଛଡ଼ା ଆଉ କିପରି ଟଙ୍କା ପଠାଉଥିଲେ ରହସ୍ୟମୟୀ ତାହାର ତଦନ୍ତ କରାଯାଉଛି । ଏକ ତଦନ୍ତକାରୀ ଟିମ୍‌ ବାଲେଶ୍ୱରରେ ଥିବା ବେଳେ ଏ ସମ୍ପର୍କରେ ଜାଣିବାକୁ ଚେଷ୍ଟା ଚଳାଇଛନ୍ତି। ଯେଉଁ ଆକାଉଣ୍ଟରୁ ଅଭିଯୁକ୍ତଙ୍କ ପାଖକୁ ଟଙ୍କା ଆସୁଥିଲା, ତାହା ମହିଳାଙ୍କର ନା ତାଙ୍କ ସହଯୋଗୀଙ୍କ ଆକାଉଣ୍ଟ ସେ ନେଇ ଠୋସ୍‌ ପ୍ରମାଣ ମିଳିନି। ଅନ୍ୟ ଦେଶର ସହାୟତା ନେବାକୁ ଚାହିଁଲେ ଇଣ୍ଟରପୋଲର ସହାୟତା ନେବାକୁ ପଡ଼ିଥାଏ। ତେଣୁ ଆମେ ବି ଏହି ସଂସ୍ଥାର ସହାୟତା ଲୋଡ଼ିଛୁ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । କ୍ରାଇମବ୍ରାଞ୍ଚର କହିବା ଅନୁଯାୟୀ, ଏହି ରହସ୍ୟମୟୀ ମହିଳା ଜଣକ ଜଣେ ଅଭିଯୁକ୍ତର ମୋବାଇଲ୍‌କୁ ୮ ମାସ ଧରି ହ୍ୟାକ୍ କରି ରଖିଥିଲେ। ଆଉ ଏହି ମୋଇବାଲ୍ ଜରିଆରେ ସେ ଚାନ୍ଦିପୁର ଡିଆର୍‌ଡିଓରୁ ଗୁପ୍ତ ତଥ୍ୟ ଚୋରି କରିଥିବା ଅଭିଯୁକ୍ତଙ୍କ ଲିଙ୍କରେ ଥିବା ଲୋକଙ୍କ ସହ ଯୋଗାଯୋଗ ରଖିଥିଲେ। ଅଭିଯୁକ୍ତଙ୍କ ଲିଙ୍କରେ ଯେଉଁମାନେ ଥିଲେ, ସେମାନେ ସେହି ରହସ୍ୟମୟୀ ମହିଳାଙ୍କ ସହ କଥା ହେବା ପାଇଁ ନୂଆ ସିମ୍ କିଣିଥିଲେ। ମହିଳା ଜଣକ ଅଭିଯୁକ୍ତ ସଚିନ କୁମାର ଛତ୍ତାଙ୍କ ଜରିଆରେ ଅଧିକାରୀଙ୍କ ଗତିବିଧି ସମ୍ପର୍କରେ ଜାଣୁଥିଲେ। ଆଉ ଏସବୁ କିଛି ରହସ୍ୟମୟୀ ମହିଳା ଜଣକ ବିଦେଶରେ ରହି ଅପରେଟ୍ କରୁଥିଲେ ବୋଲି କ୍ରାଇମବ୍ରାଞ୍ଚ କହିଛି। ଡିଆର୍‌ଡିଓର ଗୁପ୍ତ ତଥ୍ୟ ହାସଲ ପାଇଁ ରହସ୍ୟମୟୀ ମହିଳା ସୋଶାଲ୍‌ ମିଡିଆରେ ୭ଟି ଆକାଉଣ୍ଟ ଖୋଲିଥିଲେ। ସେଥିରେ ମହିଳା ଜଣକ ଅଲଗା ଅଲଗା ଫଟୋର ଡିପି ଦେଇଥିଲା। ସେହି ଆକାଉଣ୍ଟରେ ରହସ୍ୟମୟୀ ମହିଳା ଜଣକ ଆଇଟିଆର୍‌ କର୍ମଚାରୀ ଓ ୪ ଠିକା କର୍ମଚାରୀଙ୍କ ସହିତ କଥା ହେଉଥିଲେ। ଏପରିକି ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ମହିଳା ଜଣକ ବିବାହ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ଜଣେ ଅଭିଯୁକ୍ତଙ୍କ ଚାନ୍ଦିପୁର ସ୍ଥିତ ଘରକୁ ଆସିବାକୁ ଚାହୁଁଥିଲେ ରହସ୍ୟମୟୀ ମହିଳା ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି। ସେହିପରି ରହସ୍ୟମୟୀ ମହିଳା ଜଣକ ଅଭିଯୁକ୍ତମାନଙ୍କ ସହିତ ଭିଡିଓ କଲ୍‌ରେ କଥା ହୋଇଥିଲେ। ସେ ହିନ୍ଦୀ ଭାଷାରେ କଥା ହେଉଥିଲେ। ମହିଳା ଜଣକ ଯେଉଁ ଫୋନ୍ ନମ୍ବର ବ୍ୟବହାର କରୁଥିଲେ, ତାହା ୟୁକେର ଥିଲା। ଡିଆର୍‌ଡିଏର ଗୁପ୍ତ ତଥ୍ୟ ଚୋରି ଅଭିଯୋଗରେ ବାଲେଶ୍ୱର ପୁଲିସ ରାତି ଅଧିଆ ୪ ଅଭିଯୁକ୍ତଙ୍କୁ ଟେକି ଆଣିଥିଲେ। ପଚରାଉଚରା ପରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ସେମାନେ ହେଲେ- ଆଇଟିଆର୍‌ର ଠିକା ଏସି କର୍ମଚାରୀ ଅପରେଟର ବସନ୍ତ ବେହେରା ଓ ଶେଖ୍‌ ମୁଶାଫିର, ମେନ୍‌ଗେଟ କିପର ତାପସ ନାୟକ ଏବଂ ଡିଜି ଅପରେଟର ହେମନ୍ତ କୁମାର ମିସ୍ତ୍ରୀ। ମାମଲାର ଗୁରୁତ୍ୱକୁ ଦେଖି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର। ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରି ଦେଇ ଡିଆର୍‌ଡିଓର କର୍ମଚାରୀ ସଚିନ କୁମାର ଛତ୍ତାଙ୍କୁ ଗିରଫ କରିଥିଲା। ଗୁପ୍ତ ତଥ୍ୟ ଚୋରି ଅଭିଯୁକ୍ତରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!