ସଇଁନ୍ତଳା, (ବାଘୁଆବାର୍ତ୍ତା): ସଇଁନ୍ତଳା ରେଞ୍ଜ ବାଗଯୋର ଜଙ୍ଗଳରୁ କାଠ ଚୋରା ଚାଲାଣ ହେଉଥିବା ଖବର ପାଇ ସଇଁନ୍ତଳା ରେଞ୍ଜର ରାଜକିଶୋର ହରପାଳଙ୍କ ନେତୃତ୍ୱ ଏକ ଟିମ ଚଢ଼ାଉ କରି କାଠ ସହ ଟ୍ରାକ୍ଟରକୁ ଜବତ କରିଛି । ବନ ବିଭାଗର ସୂଚନା ମତେ ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ବାଗଯୋର ଜଙ୍ଗଲ ଠାରୁ ଟ୍ରାକ୍ଟର ଯୋଗେ କାଠ ଚାଲାଣ ହେଉଥିବା ବେଳେ ବନବିଭାଗ ଟିମ ଜୁନାନିମାଲ ଗାଁ ଠାରେ ଧରା ଯାଇଥିଲା ଓ ଏଥିରେ ସମ୍ପୃକ୍ତ ଥିବା ଜଣକୁ ଗିରଫ କରାଯାଇଛି । ଜବତ କାଠର ମୂଲ୍ୟ ୬୦ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ବନବିଭାଗ ସୂତ୍ରରୁ ଜଣା ପଡିଛି । ଚଢ଼ାଉ ବେଳେ ସଇଁତଳା ଫରେଷ୍ଟର ଆଶୁତୋଷ ମହାକୁଡ଼, କନ୍ଦକେଲଗାଁ ଫରେଷ୍ଟର ସୁଶୀଲ ପୁଟା, ମୁରଲୀ ବେହେରା,ସୁରେଶ ବୈଠାରୁ ପ୍ରମୁଖ ଉପସ୍ଥିତ ଥିଲେ।






