Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାଁ ଦାଣ୍ଡରେ ଖେଳୁ ଖେଳୁ ହଠାତ୍‌ ନିଖୋଜ ହୋଇଯାଇଥିବା ଶିଶୁ ୨ ଦିନ ପରେ ଧାନ ବିଲରୁ ଉଦ୍ଧାର

by ସଞ୍ଜୟ ସ୍ୱାଇଁ
September 29, 2021
in Crime, State
ଗାଁ ଦାଣ୍ଡରେ ଖେଳୁ ଖେଳୁ ହଠାତ୍‌ ନିଖୋଜ ହୋଇଯାଇଥିବା ଶିଶୁ ୨ ଦିନ ପରେ ଧାନ ବିଲରୁ ଉଦ୍ଧାର
156
VIEWS
Share on FacebookShare on Twitter

ବଣାଇ, (ବାଘୁଆବାର୍ତ୍ତା): ଗାଁ ଦାଣ୍ଡରେ ଖେଳୁ ଖେଳୁ ହଠାତ୍‌ ନିଖୋଜ ହୋଇଯାଇଥିବା ଶିଶୁ ୨ ଦିନ ପରେ ଧାନ ବିଲରୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର ହେଲା। ଶିଶୁଟି ଏବେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ କିଏ ଓ କାହିଁକି ଏବରି କାଣ୍ଡ ଘଟାଇଛି ତାହା ସ୍ପଷ୍ଟ ହୋଇପାରିନି। ଗୁରୁତର ନାବାଳକ ହେଲେ ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ସୋଲ ଗ୍ରାମର ଦିଲୀପ ଦର୍କାଙ୍କ ୬ ବର୍ଷୀୟ ପୁଅ ସୁଗମ ଦର୍କା । ପୁଲିସ୍‌ ଘଟଣାର ତଦନ୍ତ କରୁଥିଲେ ବି ଏହି ଘଟଣାରେ କାହାକୁ ଗିରଫ କରିପାରି ନାହିଁ। ସୂଚନାଯୋଗ୍ୟ, ଗତ ଶନିବାର ଅପରାହ୍ନରେ ସୁଗମ ଦର୍କା ନିଜ ସାଙ୍ଗ ସହ ଗାଁ ଦାଣ୍ଡରେ ଖେଳୁଥିଲେ। ମାତ୍ର ହଠାତ୍‌ ସେ ନିଖୋଜ ହୋଇ ଯାଇଥିବା ବେଳେ ପରିବାର ଲୋକ ଖୋଜି ଖୋଜି ପତ୍ତା ପାଇ ନ ଥିଲେ। ଏନେଇ ପରିବାର ଲୋକ ରବିବାର ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସୋମବାର ପିଲାଟିକୁ ନିକଟସ୍ଥ ଚାଷ ଜମିରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଗଲା। ପିଲାଟିର ମୁଣ୍ଡରେ ଗଭୀର ଚୋଟ ଲାଗିଥିବା ବେଳେ ଅତ୍ୟଧିକ ରକ୍ତସ୍ରାବ ହେତୁ ଅବସ୍ଥା ସାଂଘାତିକ ହୋଇ ପଡ଼ିଥିଲା। ପରିବାର ଲୋକ ପ୍ରଥମେ ପିଲାଟିକୁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥା ନ ସୁଧୁରିବାରୁ ଗତକାଲିବୁର୍ଲା ରେଫର କରାଯାଇଥିଲା। ବୁର୍ଲା ମେଡିକାଲରେ ପିଲାଟିର ଚିକିତ୍ସା କରାଯାଇଥିବା ବେଳେ ଏବେ ସେ ବିପଦମୁକ୍ତ ଥିବା ଜଣାଯାଇଛି। ତେବେ କିଏ ଓ କାହିଁକି ପିଲାଟିକୁ ଗାଁ ଦାଣ୍ଡରୁ ଉଠାଇନେଲା ତାହା ଜଣାପଡ଼ିନି। ଏହା ପଛରେ ପାରିବାରିକ ଶତ୍ରୁତା ନା ଆଉ କିଛି ରହିଛି, କେତେଜଣ ମିଶି ଏହି ଘଟଣା ଘଟାଇଲେ ସେ ନେଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ପିଲାଟଇ ଏବେ କିଛି କହିବା ଅବସ୍ଥାକୁ ଆସି ନ ଥିବା ବେଳେ ଗାଁ ଦାଣ୍ଡରେ ଖେଳୁଥିବା ତା’ ସାଙ୍ଗକୁ ପଚରାଉଚରା କରାଯିବ ବୋଲି ପୁଲିସ୍‌ କହିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!