Monday, June 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୂର୍ଗାପୂଜା ପାଇଁ ଚାନ୍ଦା ମାଗିବା ଅଭିଯୋଗରେ ଦୁଇ ଜଣ ଗିରଫ

by ସଞ୍ଜୟ ସ୍ୱାଇଁ
September 29, 2021
in Crime, State
ଦୂର୍ଗାପୂଜା ପାଇଁ ଚାନ୍ଦା ମାଗିବା ଅଭିଯୋଗରେ ଦୁଇ ଜଣ ଗିରଫ
170
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଦୂର୍ଗାପୂଜା ପାଇଁ ଚାନ୍ଦା ମାଗିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ମାଲଗୋଦାମ ପୁଲିସ୍‌। ପୁଲିସ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାଯାଇଛି। ସେମାନେ ହେଲେ ଶରତ କୁମାର ବେହେରା ଓ ରାକେଶ ବେହେରା। ତେବେ ଅଭିଯୁକ୍ତ ଦୁଇଜଣଙ୍କ ମଧ୍ୟରୁ ଜଣେ ଦହିବରା ବେପାରୀ ଓ ଜଣେ ଠେଲା ଜଳଖିଆ ଦୋକାନୀ ବୋଲି ଜଣାପଡ଼ିଛି। ଏହି ୨ ଜଣ ଏକ ପୂଜା କମିଟିର କର୍ମକର୍ତ୍ତା ବୋଲି ଶୁଣିବାକୁ ମିଳୁଛି । ମିଳିଥିବା ସୂଚନା ଅନୁସାରେ, ଏହି ଦୁଇ ଅଭିଯୁକ୍ତ କଲେଜ ଛକ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଜୋର ଜବରଦସ୍ତ ୧୩ ହଜାର ଟଙ୍କା ଚାନ୍ଦା ମାଗିଥିଲେ। ତେବେ ସେ ଚାନ୍ଦା ଦେବାକୁ ଅସମର୍ଥ ହେବାରୁ ତାଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ମାଲଗୋଦାମ ଥାନାରେ ଅଭିଯୋଗ ପରେ ଗତକାଲି ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହି ଘଟଣାରେ ଯଦି ଅନ୍ୟମାନଙ୍କ ସମ୍ପୃକ୍ତିର ପ୍ରମାଣ ମିଳେ, ତେବେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କଟକ ଜୋନ୍ ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି। ସେ ଆହୁରି କହିଛନ୍ତି, କାହା ପାଖରୁ ଜୋର ଜବରଦସ୍ତ ପୂଜା ଆଳରେ ଚାନ୍ଦା ଆଦାୟ କରାଯିବ ନାହିଁ। ତାହା ଉପରେ ଆମେ ଦୃଷ୍ଟି ରଖିଛୁ। ଅନ୍ୟପକ୍ଷରେ ଏହି ଅଭିଯୋଗ ମିଥ୍ୟା ଏବଂ କଟକରେ ପୂଜା ପାଇଁ କାହାଠାରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ କରାଯାଉନାହିଁ ବୋଲି ସ୍ପଷ୍ଟୀକରଣ ରଖିଛି ପୂଜା କମିଟି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!